‘ବିସିସିଆଇ’ର କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦେଲେ କାର୍ତ୍ତିକ, ବିନା ସର୍ତ୍ତରେ ଭୁଲ୍‌ ମାଗିଲେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌କିପର ତଥା ବ୍ୟାଟସ୍‌ମ୍ୟାନ୍‌ ଦିନେଶ କାର୍ତ୍ତିକ ପ୍ରୋଟୋକଲ୍‌ ଭାଙ୍ଗିବା ମାମଲାରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ମିଳିବା ନେଇ ସ୍ପଷ୍ଟିକରଣ ଦେଇଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ନିଜର ପତ୍ରରେ କହିଛନ୍ତି, ସେପ୍ଟେମ୍ବର ୪ରେ ଟିକେଆର ପ୍ରଥମ ମ୍ୟାଚ୍‌ରେ ଡ୍ରେସିଂ ରୁମ୍‌ରେ ଖେଳ ଦେଖିବା ପାଇଁ ଆମନ୍ତ୍ରିତ ହୋଇଥିଲେ। ଏହା ମୁଁ କରିଛି ଏବଂ ଟିକେଆର ଜର୍ସି ପିନ୍ଧିଛି। ମୁଁ ବିସିସିଆଇକୁ ଏହି ମାମଲାରେ ବିନା ସର୍ତ୍ତରେ ଭୁଲ ମାଗୁଛି ଯେ, ମୁଁ ଏହା ପୂର୍ବରୁ କୌଣସି ଅନୁମତି ମାଗି ନଥିଲି। ମୋର ତ୍ରିନିଦାଦରେ କୋଲକାତା ନାଇଟ ରାଇଡର୍ସର କୋଚ ମ୍ୟାକୁଲମଙ୍କ ନିମନ୍ତ୍ରଣରେ ଆସିଥିଲି, ଯିଏକି ଟିକେଆରର ମଧ୍ୟ କୋଚ୍‌। ସେ ଭାବିଥିବେ କେକେଆରର ଅଧିନାୟକ ଭାବେ ମୋର ଏଠାକୁ ଯିବାର ଉପଯୋଗୀ ହୋଇପାରିବ।

ଦିନେଶ କାର୍ତ୍ତିକ ବୁଧବାର ଠାରୁ ଆରମ୍ଭ ହୋଇଥିବା କାରବିଆନ୍‌ ପ୍ରିମିୟର ଲିଗ ପୂର୍ବରୁ ମ୍ୟାଚ୍‌ ସମୟରେ କାର୍ତ୍ତିକ ତ୍ରିନିଦାଦର କୁଇନ୍‌ସ ପାର୍କ ଓଭାଲରେ କୋଚ୍‌ ବ୍ରାଣ୍ଡନ୍‌ ମ୍ୟାକୁଲମ୍‌ ସହିତ ଟ୍ରିନବାଗୋ ନାଇଟ୍‌ ରାଇଡର୍ସ ଡ୍ରେସିଂ ରୁମ୍‌ରେ ଉପସ୍ଥିତ ଥିଲେ। ମ୍ୟାକୁଲମ୍‌ କୋଲକାତା ନାଇଟ୍‌ ରାଇଡର୍ସର ନୂଆ କୋଚ ଭାବେ ନିଯୁକ୍ତ ହୋଇଛନ୍ତି। କାର୍ତ୍ତିକଙ୍କ କହିବା ଅନୁସାରେ ସେ ଟ୍ରେନ୍‌ବାଗୋ ନାଇଟ୍‌ ରାଇଡର୍ସର କୌଣସି ଗତିବିଧିରେ ଅଂଶଗ୍ରହଣ କରି ନାହାନ୍ତି।

ସମ୍ବନ୍ଧିତ ଖବର