ଓ୍ଵାୟାନାଡ: ହାତୀ ଆକ୍ରମଣରେ ୩୦ ବର୍ଷର ହାତୀ ମୃତ

ଓ୍ଵାୟାନାଡ: କେରଳର ଓ୍ଵାୟାନାଡଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ୩୦ ବର୍ଷ ବୟସର ଏକ ହାତୀର ମୃତ୍ୟୁ ଘଟିଥିବା ସୂଚନା ରହିଛି। ହାତୀଟିର ନାଁ ହେଉଛି ମାନିୟାନ। ଓ୍ଵାୟାନାଡ ଜିଲ୍ଲାର ପୁଲଓ୍ଵାମା ଫରେଷ୍ଟ ରେଞ୍ଜ୍‌ରେ ହାତୀଟିର ମୃତ୍ୟୁ ଘଟିଥିବା ପୁଲିସ୍‌ ସୂଚନା ଦେଇ କହିଛି। ପୁଲିସ୍‌ କରିଥିବା ପ୍ରାଥମିକ ତଦନ୍ତରୁ ଜଙ୍ଗଲରେ ଥିବା ଅନ୍ୟ ଏକ ହାତୀର ଆକ୍ରମଣରେ ମାନିୟାନ୍‌ ନାମକ ଏହି ହାତୀର ପ୍ରାଣ ଯାଇଛି ବୋଲି ଅନୁମାନ କରାଯାଉଛି।

ଉଲ୍ଳେଖଯୋଗ୍ୟ, ନିକଟରେ ଶୁକ୍ରବାର ଦିନ ଏକ ଘରୋଇ ଉତ୍ସବକୁ ମନ୍ଦିରରୁ ଅଣା ଯାଇଥିବା ହାତୀ ଆକ୍ରମଣରେ ୨ ଜଣ ଲୋକଙ୍କ ପ୍ରାଣ ଯାଇଥିଲା। କେରଳର ଗୁରୁଭୟୁର ଅଞ୍ଚଳର ଦୁଇ ବୟସ୍କ ଲୋକଙ୍କର ଏପରି ଅଚାନକ ମୃତ୍ୟୁ ସଂପୃକ୍ତ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର