ଦ୍ରାବିଡ଼ ସଫଳ ହେବେନି ବୋଲି କୁହାଯାଇଥିଲା: ଦଲଜିତ

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ଼ ବିଶ୍ବର ମହାନ ବ୍ୟାଟସମ୍ୟାନ୍‌ଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି। କିନ୍ତୁ ସେ ଯୁବାବସ୍ଥାରେ ଥିବାବେଳେ ମୋତେ ସେ ସଫଳ ହୋଇପାରିବେ ନାହିଁ ବୋଲି ଅନେକ ଲୋକ କହିଥିଲେ। ଯାହାକୁ‌ ଦ୍ରାବିଡ଼ ଭୁଲ ପ୍ରମାଣିତ କରିଥିଲେ ବୋଲି ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଶିକ୍ଷକ ଦଲଜିତ୍ ସିଂହ। ଭାରତର ପ୍ରସିଦ୍ଧ ପିଚ୍‌ କ୍ୟୁରେଟର ଦଲଜିତ ସିଂହ ପୂର୍ବରୁ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ସେ ଦୁଇ ବର୍ଷ ଧରି ୧୬ ଓ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ। ଏହି ସମୟରେ ତାଙ୍କ ଭେଟ ସଫଳ କ୍ରିକେଟର୍‌ ଏବଂ କିଂବଦନ୍ତି ହୋଇଥିବା ଭିଭିଏସ୍ ଲକ୍ଷ୍ମଣ ଓ ରାହୁଲ ଦ୍ରାବିଡ଼ଙ୍କ ସହ ହୋଇଥିଲା।

ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନେତୃତ୍ବରେ ୧୯୯୦ ମାସିହାରେ ଭାରତ ଇଂଲଣ୍ଡ ଗସ୍ତ କରିବାର ଥିଲା। ଗସ୍ତ ପୂର୍ବରୁ ବେଙ୍ଗାଲୁରୁରେ ଏକ ପ୍ରଶିକ୍ଷଣ ଶିବିର ବିସିସିଆଇ ଆୟୋଜିତ କରିଥିଲା। ମୁଁ ସେହି ସମୟରେ ୧୬ ଏବଂ ୧୯ ବର୍ଷରୁ କମ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲି। ବେଙ୍ଗାଲୁରୁରେ ମଧ୍ୟ ଏହି ଦୁଇ ଦଳର ଶିବିର ଚାଲୁଥିବାରୁ ସେଠାରେ ଥିଲି। ଫଳରେ ମୋତେ ମଧ୍ୟ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିରରେ ରଖା ଯାଇଥିଲା। ମୋର ମନେ ଅଛି ଶିବିରରେ ଲକ୍ଷ୍ମଣ ଏବଂ ଦ୍ରାବିଡ଼ଙ୍କ ପରି ଯୁବ ଖେଳାଳି ଥିଲେ ଏବଂ ସେଠାରେ ସେମାନଙ୍କ ସହ ମିଶିବାକୁ ସୁଯୋଗ ପାଇଥିଲି ବୋଲି ବଲଜିତ କହିଛନ୍ତି। ମୁଁ କୌଣସି ଖେଳାଳିଙ୍କୁ ଜ୍ଞାନ ଏବଂ କୌଶଳ ବାଣ୍ଟିବାରେ ହେଳା କରିନଥିଲି। ମୁଁ ଖେଳାଳିଙ୍କ ଶକ୍ତି ଓ ସାମର୍ଥ୍ୟ ଉପରେ ବେଶି ଧ୍ୟାନ ଦେଇଥାଏ। ଦ୍ରାବିଡ଼ଙ୍କ ସହ ଯେତେବେଳେ କାମ କରିବାକୁ ସୁଯୋଗ ପାଇଲି ଅନେକ ଲୋକ ମୋତେ କହିଲେ ଯେ, ତାଙ୍କ ବ୍ୟାଟ୍ ବାହାରୁ ଆସୁଛି, ସେ ସଫଳ ହେବେ ନାହିଁ। ଏହାପରେ ମୁଁ ଦ୍ରାବିଡ଼ଙ୍କ ସହ ଭଲ ଭାବେ ଆଲୋଚନା କଲି। ମୁଁ ତାଙ୍କୁ ପଚାରିଲି ଇନ୍‌ସୁଇଙ୍ଗ ବଲ୍‌କୁ ଭଲ ଭାବେ ଖେଳିପାରିବ କି? ସେ ଉତ୍ତର ଦେଲେ ଯେ ଏଥିରେ କୌଣସି ଅସୁବିଧା ନାହିଁ। ଏହାପରେ ଆମେ ତାଙ୍କୁ ନେଟ୍‌ସରେ ପରୀକ୍ଷା କଲୁ। ପ୍ରକୃତରେ ସେ ଅନ୍ୟ ବଲ ଅପେକ୍ଷା ଇନ୍‌ସୁଇଙ୍ଗ୍‌ ବଲକୁ ଭଲରେ ଖେଳିଥିଲେ ବୋଲି ବଲ୍‌ଜିତ କହିଛନ୍ତି।

ସମ୍ବନ୍ଧିତ ଖବର