କାତାରର ରାଜଧାନୀ ଦୋହାରେ ଆୟୋଜିତ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଦୋହା ଗଲେ ଦୂତି

ଭୁବନେଶ୍ବର : କାତାରର ରାଜଧାନୀ ଦୋହାରେ ଆୟୋଜିତ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଦୌଡ଼ରାଣୀ ଦୂତି ଚାନ୍ଦ ସେଠାକୁ ଯାତ୍ରା କରିଛନ୍ତି। ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘର ସ୍ବତନ୍ତ୍ର ଆମନ୍ତ୍ରଣ କ୍ରମେ ଦୂତି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେ ମହିଳା ୧୦୦ ମିଟରରେ ପ୍ରତିଦ୍ବନ୍ଦ୍ବିତା କରିବେ। ଦୂତି ଏଠାରେ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବେ। ଦୂତି ଶନିବାର ପଡ଼ିଆକୁ ଓହ୍ଲାଇବେ। ଏହି ପ୍ରତିଯୋଗିତା ଶୁକ୍ରବାରଠାରୁ ଆରମ୍ଭ ହୋଇ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତର ୩୦ ଜଣିଆ ଦଳ ଅଂଶଗ୍ରହଣ କରିବ। ହେଲେ ସମସ୍ତଙ୍କ ନଜର ଦୂତିଙ୍କ ଉପରେ ରହିବ। ଏହା ପୂର୍ବରୁ ଦୋହାରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଦୂତି କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର