ମୁମ୍ବାଇ: ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଆଉ ଏକ ସମ୍ମାନ | ଭୋଗୁଏ ପକ୍ଷରୁ ଦୂତିଙ୍କୁ ଚଳିତବର୍ଷର ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି | ଗତକାଲି ମୁମ୍ବାଇରେ ଆୟୋଜିତ ହାଇ ପ୍ରୋଫାଇଲ ଆୱାର୍ଡ ଉତ୍ସବରେ ତାଙ୍କୁ ଏ ସମ୍ମାନ ମିଳିଛି | ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ସଫଳତା ଓ ସଂଘର୍ଷ ପାଇଁ ଏ ସମ୍ମାନ ପ୍ରଦାନ କରାଯାଇଛି | ସେହିପରି ଭୋଗ ମ୍ୟାନ ଅଫ ଦି ଇୟର ସମ୍ମାନରେ ରଣବୀର କପୁରଙ୍କୁ ସମ୍ମାନିତ କରାଯାଇଛି |
Sambad is now on WhatsApp
Join and get latest news updates delivered to you via WhatsApp
ଆଲିଆ ଭଟ୍ଟଙ୍କୁ ପରଫୋରମର ଅଫ ଦି ଇୟର, ଅନୁଷ୍କା ଶର୍ମାଙ୍କୁ ଷ୍ଟାଇଲ ଆଇକନ ଅଫ ଦି ଇୟର, କ୍ୟାଟ୍ରିନା କୈଫଙ୍କୁ ରିସ୍କ ଟେକର ଅଫ ଦି ଇୟର ଓ ଅନନ୍ୟା ପାଣ୍ଡେଙ୍କୁ ୟୁଥ ଇନଫ୍ଲୁଏନସର ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି |
ଏଠାରେ ସୂଚନା ଥାଉ କି ‘କୌନ ବନେଗା କରୋଡପତି’ରେ ବିଗଙ୍କ ସାମନାରେ ହଟ୍ ସିଟରେ ଖୁବ ଶୀଘ୍ର ବସିବାକୁ ଯାଉଛନ୍ତି ଦୂତୀ ଚାନ୍ଦ | କେବିସିରେ ଭାଗ ନେଇ ଓ ବିଗ୍ ବିଙ୍କୁ ଭେଟିବା ପାଇଁ ଦୂତୀ ବେଶ୍ ଉତ୍ସାହିତ ଥିବା ସହିତ ଓଡ଼ିଶାବାସୀ ବି ତାଙ୍କ ସୋ’କୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।