ପୂର୍ବାଞ୍ଚଳ ଜିତିଲା ଅନ୍ତଃଜୋନ୍‌ ମହିଳା କ୍ରିକେଟ୍‌

ଭୁବନେଶ୍ୱର: ପୂର୍ବାଞ୍ଚଳ ଦଳ ଚଳିତ ବର୍ଷର ୨୩ ବର୍ଷରୁ କମ୍‌ ଅନ୍ତଃଜୋନ୍‌ ମହିଳା ଦିନିକିଆ କ୍ରିକେଟ୍‌ ଟ୍ରଫି କରାୟତ କରିଛି। ୫ ଜୋନ୍‌କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ପଶ୍ଚିମାଞ୍ଚଳକୁ ୯ ଓ୍ଵିକେଟ୍‌, କେନ୍ଦ୍ରାଞ୍ଚଳକୁ ୫ ଓ୍ଵିକେଟ୍‌ ଏବଂ ଉତ୍ତରାଞ୍ଚଳକୁ ୧ ଓ୍ଵିକେଟ୍‌ରେ ହରାଇଥିବା ପୂର୍ବାଞ୍ଚଳ ସୋମବାର ୧୦ ଓ୍ଵିକେଟ୍‌ରେ ଦକ୍ଷିଣାଞ୍ଚଳକୁ ପରାସ୍ତ କରି ଅପରାଜୟ ଭାବେ ବିଜେତା ମୁକୁଟ ପିନ୍ଧିଛି। ଏହି ପ୍ରତିଯୋଗିତାରେ ବିଜେତା ପୂର୍ବାଞ୍ଚଳ ଦଳର ସଦସ୍ୟ ଥିବା ଦୁଇ ଓଡ଼ିଆ ତାରକା ଅଞ୍ଜଳି ସିଂହ (୧୪୫) ସର୍ବାଧିକ ରନ୍‌ ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ (୭) ସର୍ବାଧିକ ଓ୍ଵିକେଟ୍‌ ନେବାର କୀର୍ତ୍ତିମାନ ପାଇଛନ୍ତି।
ଭଦୋଦରାରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଦକ୍ଷିଣାଞ୍ଚଳ ପ୍ରଥମେ ବ୍ୟାଟିଂ କରି ୧୬୭ ରନ୍‌ କରିଥିଲା। ଏଲ୍‌ ନେଥ୍ରା ୪୫ ରନ୍‌ କରିଥିଲେ। ଶାନ୍ତି କୁମାରୀ ୩, ରୀମାଲକ୍ଷ୍ମୀ ଓ ମମତା ପାସ୍ୱାନ୍‌ ୨ ଏବଂ ଦୁର୍ଗା କୁମାରୀ ମୁର୍ମୁ ଓ ସୁଶ୍ରୀ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ପୂର୍ବାଞ୍ଚଳ ସପ୍ନା ଚୌଧୁରୀ (୭୧*) ଏବଂ ରିଚା (୮୮*)ଙ୍କ ଅପରାଜିତ ଅର୍ଧଶତକୀୟ ପାଳି ସହାୟତାରେ ୩୮.୨ ଓଭରରେ ବିନା କ୍ଷତିରେ ମ୍ୟାଚ୍‌ ଜିତି ନେଇଥିଲା।

ସମ୍ବନ୍ଧିତ ଖବର