ଇଂଲଣ୍ଡକୁ ରୋକି‌େଲ ହାଜେଲ୍‌ଉଡ୍‌

ମା‌ଞ୍ଚେଷ୍ଟର୍‌: ବିଶ୍ବ ପ୍ରତିଯୋଗିତା ଅନ୍ତର୍ଗତ ଆସେସ୍ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆର ୪୯୭/୮ ଜବାବରେ ଇଂଲଣ୍ଡ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ ହରାଇ ୨୦୦ ରନ୍ କରିଛି। ଗୁରୁବାର ପାଳି ଆରମ୍ଭ କରିଥିବା ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଥିଲେ ପ୍ୟାଟ୍‌ କମିନ୍ସ। ଜୋ ଡେନଲି (୪)ଙ୍କୁ କମିନ୍ସ ଆଉଟ୍ କରି ଦେଇଥିଲେ। ଶୁକ୍ରବାର ଇଂଲଣ୍ଡ ୨୩/୧ରୁ ଖେଳିଥି‌ଲା। ସକାଳର ଦ୍ବିତୀୟ ଓଭରରେ କ୍ରେଗ୍ ଓଭରଟନ୍ (୫)ଙ୍କୁ ହାଜେଲଉଡ୍ ପ୍ୟାଭିଲିଅନ୍ ରାସ୍ତା ଦେଖାଇଥିଲେ। ଇଂଲଣ୍ଡ ୨୫/୨ରେ ପହଞ୍ଚିଯାଇଥିଲା। ଏହି ସମୟରେ ରୋରି ବର୍ନସଙ୍କ ସହ ଯୋଗ‌ ଦେଇଥିବା ଜୋ ରୁଟ୍ ତୃତୀୟ ୱିକେଟ୍‌ ପାଇଁ ଶତକୀୟ (୧୪୧) ଭାଗୀଦାରି କରି ନେଇଥିଲେ। ବର୍ନସ ଓ ରୁଟ୍‌ଙ୍କୁ ଲଗାତାର ଓଭରରେ ହାଜେଲଉଡ୍ ଆଉଟ୍‌ କରି ଇଂଲଣ୍ଡକୁ ପୁଣି ରୋକିଥିଲେ। ଦିବସର ଶେଷ ୱିକେଟ୍‌ ଭାବେ ଜାସନ୍‌ ରୟଙ୍କୁ ମଧ୍ୟ ହାଜେଲ୍‌ଉଡ୍‌ ଶିକାର କରିଥିଲେ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୨୬ ଓଭରରେ ୪୯୭/୮, ଘୋଷଣା (ଷ୍ଟିଭେନ୍‌ ସ୍ମିଥ୍‌-୨୧୧, ମାର୍ନସ ଲାବୁଚାନ୍‌-୬୭, ଟିମ୍ ପେନ୍‌-୫୮, ମିଚେଲ ଷ୍ଟାର୍କ-୫୪*, ନାଥନ୍ ଲାୟନ୍‌-୨୬*, ଷ୍ଟୁଆର୍ଟ ବ୍ରଡ୍‌-୩/୯୭, ଜ୍ୟାକ୍‌ ଲିଚ୍‌-୨/୮୩, କ୍ରେଗ୍‌ ଓଭରଟନ୍-୨/୮୫, ଜୋ ରୁଟ୍‌-୧/୩୯)। ଇଂଲଣ୍ଡ ପ୍ରଥମ ପାଳି: ୭୪ ଓଭରରେ ୨୦୦/୫ (ରୋରି ବର୍ନସ-୮୧, ‌ଜୋ ରୁଟ୍‌-୭୧, ଜାସନ୍ ରୟ-୨୨, ଜୋସ୍ ହାଜେଲଉଡ୍‌-୪/୪୮, ପ୍ୟାଟ୍ କମିନ୍ସ-୧/୩୭)।

ସମ୍ବନ୍ଧିତ ଖବର