ଜୀବନର ଭଲ ସମୟକୁ ଉପଭୋଗ କରିଛି : ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ଭିଭିଏସ୍‌ ଲକ୍ଷ୍ମଣଙ୍କ ସହ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଏକ ମିଳିତ ଫଟୋକୁ ୱିସ୍‌ଡେନ୍‌ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଛଡ଼ାଯାଇଛି, ଯାହାକି ଭାରତୀୟ କ୍ରିକେଟର ଗୌରବମୟ ସମୟକୁ ଦର୍ଶାଉଛି। ସେତେବେଳେ ଏହା ଜୀବନର ମହତ୍ବପୂର୍ଣ୍ଣ ସମୟ ଥିଲା ଏବଂ ଏହାର ପ୍ରତ୍ୟେକ ସମୟକୁ ସେ ଉପଭୋଗ କରିଥିବା ଗାଙ୍ଗୁଲି ଏହି ଫଟୋରେ ମନ୍ତବ୍ୟ ଦେଇଛନ୍ତି। ଗାଙ୍ଗୁଲିଙ୍କ ନେତୃତ୍ବ‌ାଧୀନ ଉକ୍ତ ଦଳରେ ଦୃଢ଼ ବ୍ୟାଟିଂକ୍ରମ ରହିଥିଲା। ଯାହାକୁ ସେ ସମୟର ଶ୍ରେଷ୍ଠ ବ୍ୟାଟିଂକ୍ରମ ଭାବେ ବିବେଚନା କରାଯାଉଥିଲା। ତେବେ ଉପରୋକ୍ତ ୪ କିଂବଦନ୍ତି ଖେଳାଳି ମୋଟ ଉପରେ ୨୧୫୧ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ୧ ଲକ୍ଷରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି। ଏପରିକି ୨୪୭ ଆନ୍ତର୍ଜାତିକ ଶତକ ମଧ୍ୟ ହାସଲ କରିଥିଲେ।

ଅବସର ପରେ ଏହି ୪ ଜଣ ଭିନ୍ନ ଭିନ୍ନ ବାଟରେ ଯାଇଥିଲେ ବି କ୍ରିକେଟ ସହ ଯୋଡ଼ିହୋଇ ରହିଛନ୍ତି। ଗାଙ୍ଗୁଲି ବର୍ତ୍ତମାନ ସବୁଠୁ ଧନୀ ବୋର୍ଡର ନେତୃତ୍ବ ନେଉଥିବା ବେଳେ ଦ୍ରାବିଡ଼ ଭାରତ ‘ଏ’ ଓ ୧୯ ବର୍ଷରୁ କମ୍‌ ଦଳ ବୁଝାବୁଝି କରୁଛନ୍ତି। ଲକ୍ଷ୍ମଣ ମଧ୍ୟ ଜଣେ କ୍ରିକେଟ୍‌ ପଣ୍ଡିତ ଭାବେ ନାମ କମାଇ ସାରିଛନ୍ତି। ‌ସଚିନ ଅନେକ ମାନବ ସେବା କାର୍ଯ୍ୟ କରିବା ସହ କ୍ରିକେଟ୍‌ ଭାଷ୍ୟକାର ଭାବେ ବେଳେବେଳେ ଦେଖା‌ଦେଉଛନ୍ତି।

ସମ୍ବନ୍ଧିତ ଖବର