ଗାଙ୍ଗୁଲି ଖେଳାଳିଙ୍କ ପାଇଁ ଲଢ଼ନ୍ତି: ନେହେରା

ନୂଆଦିଲ୍ଲୀ: ପାଖାପାଖି ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟର ସଦସ୍ୟ ରହିଥିବା ଦ୍ରୁତ ବୋଲର ଆଶିଷ ନେହେରା ଆଘାତ ଜନିତ ସମସ୍ୟା ଯୋଗୁଁ ଦେଶ ପାଇଁ ଅଧିକ ମ୍ୟାଚ୍‌ ଖେଳିପାରିନଥିଲେ। ତଥାପି ସେ ୨୦୦୩ ଓ ୨୦୧୧ ବିଶ୍ବକପ୍‌ ଫାଇନାଲ୍‌ରେ ଖେଳିବା ସୁଯୋଗ ପାଇଥିଲେ। ଯଦିଓ ସେ ଏକାଧିକ ଅଧିନାୟକଙ୍କ ଅଧୀନରେ ଖେଳିଛନ୍ତି, ତଥାପି ସମସ୍ତଙ୍କ ମଧ୍ୟରେ ନେତୃତ୍ବ ନେବାର ଶୈଳୀ ଭିନ୍ନ ଥିବା ଆକାଶ ଚୋପ୍ରାଙ୍କ ସହିତ ହୋଇଥିବା ଭିଡିଓ ବାର୍ତ୍ତାଳାପରେ ନେହେରା କହିଛନ୍ତି।

୨୦୦୦ ମସିହା ପୂର୍ବରୁ କପିଳ ଦେବ, ସୁନୀଲ ଗାଭାସ୍କର, ଭେଙ୍କଟ ରାଘବନ, ଅଜିତ ଵାଡେକର ପ୍ରମୁଖ ଦଳର ନେତୃତ୍ବ ନେଇଥିଲେ। ତେଣୁ ସମସ୍ତେ ଅତୀତ ଅପେକ୍ଷା ବର୍ତ୍ତମାନରେ ରହିବାକୁ ଅଧିକ ପସନ୍ଦ କରିବେ। ଯଦି ମହିନ୍ଦର ଅମରନାଥ କିମ୍ବା ମଦନ ଲାଲ୍‌ଙ୍କୁ ଶ୍ରେଷ୍ଠ ଅଧିନାୟକଙ୍କ ବିଷୟରେ ପ୍ରଶ୍ନ ପଚରାଯାଏ, ତାହେଲେ ସେମାନେ କପିଳ ଦେବ କିମ୍ବା ସୁନୀଲ ଗାଭାସ୍କରଙ୍କ ନାମ ନେବେ। ଯଦି ସୁନୀଲ ଗାଭାସ୍କରଙ୍କୁ ଏହି ପ୍ରଶ୍ନ ପଚରାଯାଏ ତାହେଲେ ସେ ଅଜିତ ଵାଡେକରଙ୍କ ନାମ କହିବେ ବୋଲି ନେହେରା ପ୍ରତିକ୍ରିୟା ଦେଇଛନ୍ତି। ନେହେରାଙ୍କ ମତରେ କେହି ବି ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ବିଷୟରେ ଆଲୋଚନା କରନ୍ତି ନାହିଁ। ସେ ତିନିଟି ବିଶ୍ବକପ୍‌ରେ ଭାରତର ନେତୃତ୍ବ ନେଇଛନ୍ତି। ତେଣୁ ପ୍ରତ୍ୟେକ ସମୟରେ ସବୁବେଳେ ଭିନ୍ନତା ରହିଛି। ତେବେ ନେହେରା ଅଧିକ ମ୍ୟାଚ୍‌ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅଧୀନରେ ଖେଳିଥିଲା ବେଳେ ସେ ସବୁବେଳେ ଏହି ଦୁହିଁଙ୍କ ବିଷୟରେ ଚର୍ଚ୍ଚା କରିଥାନ୍ତି। ଜଣେ ଖେଳାଳିଠୁ ତାହାର ଶ୍ରେଷ୍ଠତାକୁ କିପରି ବାହାରକୁ ଅଣାଯିବ ତାହା ଏହି ଦୁଇ ଅଧିନାୟକଙ୍କୁ ବେଶ୍‌ ଜଣାଥିଲା। ଗାଙ୍ଗୁଲିଙ୍କ ପାଖରେ ନୂଆ ଦଳ ଗଠନ କରିବା ଏକ ଆହ୍ବାନ ଥିଲା ବେଳେ ଧୋନିଙ୍କ ପାଖରେ ଗ୍ୟାରି କର୍ଷ୍ଟେନ୍‌ଙ୍କ ଭଳି ମହାନ ପ୍ରଶିକ୍ଷକ ରହିଥିଲେ। ସେହିପରି ସ˚ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଏକ ଦଳ ଧୋନିଙ୍କ ପାଖରେ ସବୁବେଳେ ରହୁଥିଲା ଏବ˚ ଅନେକ ବରିଷ୍ଠ ଖେଳାଳିଙ୍କୁ ତାଙ୍କ ଅଧୀନରେ ଖେଳାଇବା ତାଙ୍କ ପାଇଁ ଆହ୍ବାନ ରହିଥିଲା।

ତେବେ ଗାଙ୍ଗୁଲିଙ୍କର ଏକ ଭଲ ଗୁଣ ହେଉଛି ଯେ ତାଙ୍କ ପସନ୍ଦିତା ଖେଳାଳିଙ୍କ ପାଇଁ ସେ ସବୁବେଳେ ସେମାନଙ୍କ ପଛରେ ଥାଆନ୍ତି ଏବ˚ ଚୟନକର୍ତ୍ତାଙ୍କ ସହ ଲଢେଇର ଚରମା ସୀମାକୁ ମଧ୍ୟ ଯାଇପାରନ୍ତି। ଅନ୍ୟପକ୍ଷରେ ଧୋନି ଜଣେ ଗଣନାକାରୀ ଅଧିନାୟକ ଥିଲେ। ସେ କୌଣସି କଥାକୁ ନେଇ ଅଧିକ ଉତ୍ସାହିତ ହୋଇନଥାନ୍ତି ଏବ˚ ସବୁବେଳେ ଶାନ୍ତ ରହିଥାନ୍ତି। ସେ ଖେଳାଳିମାନଙ୍କୁ ନେଇ ସବୁବେଳେ ପରୀକ୍ଷଣ କରୁଥିଲା ବେଳେ ସମସ୍ତଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇଥାନ୍ତି। ଯାହାଫଳରେ କର୍ଷ୍ଟେନ୍‌ଙ୍କ ସହିତ ତାଙ୍କର ଭଲ ଯୋଡ଼ି ହୋଇଯାଇଥିଲା। ତେନ୍ଦୁଲକର, ଦ୍ରାବିଡ଼, ଲକ୍ଷ୍ମଣ, ସେହବାଗ, ଯୁବରାଜ, ହରଭଜନଙ୍କ ଭଳି ଖେଳାଳି ତାଙ୍କ ଦଳରେ ଖେଳିଛନ୍ତି। ଏପରିକି ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳରେ ବରିଷ୍ଠମାନଙ୍କର ନେତୃତ୍ବ ନେବା ବଡ଼ କଥା। ତେଣୁ ଯେଉଁଭଳି ଭାବେ ଗାଙ୍ଗୁଲି ଦଳକୁ ଓ ନିଜକୁ ସମ୍ଭାଳିଥିଲେ ସେଥିପାଇଁ ତାଙ୍କୁ ପ୍ରଶ˚ସା କରାଯିବା ଉଚିତ୍‌ ବୋଲି ନେହେରା କହିଥିଲେ।

ସମ୍ବନ୍ଧିତ ଖବର