ଗୌତମ ଗମ୍ଭୀରଙ୍କ ପାଖକୁ ପୁଣି ଥରେ ଆସିଲା ହତ୍ୟା ଧମକ

ନୂଆଦିଲ୍ଲୀ: ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀରଙ୍କ ପାଖକୁ ପୁଣି ଥରେ ହତ୍ୟା ଧମକ ଆସିଛି। ଗୌତମ ଗମ୍ଭୀରଙ୍କୁ ‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ତୃତୀୟ ଥର ହତ୍ୟା ଧମକ ଆସିଛି। [email protected]  ଇମେଲରେ କୁହାଯାଇଛି କି ଗୌତମ ଗମ୍ଭୀରଙ୍କ ସୁରକ୍ଷାରେ ଥିବା ପୁଲିସ ବି କିଛି କରି ପାରିବ ନାହିଁ।  ଦିଲ୍ଲୀ ପୁଲିସ ଓ ଆଇପିଏସ ଶ୍ବେତା ବି କିଛି ବିଗାଡ଼ି ପାରିବେ ନାହିଁ। ଆମର ଗୁଇନ୍ଦା ପୁଲିସ ଭିତରେ ମହଜୁଦ ଅଛି। ଯାହକି ସମସ୍ତ ସୂଚନା ଦେଉଛି।

‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମେଲ ନଭେମ୍ବର ୨୮ରେ ଆସିଥିଲା। ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ କହିଛନ୍ତି, ବିଶେଷ ସୂତ୍ରରୁ ଜଣାପଡ଼ିଛି କି ମେଲ ସୋର୍ସର ସୂଚନା ପାଇବା ପାଇଁ ସ୍ପେଶାଲ ସେଲର ସାଇବର ସେଲକୁ ଅଭିଯୋଗ କରାଯାଇଛି। ଆଗାମୀ ଯାଞ୍ଚ ଜାରି ରହିଛି। ଏହାପୂର୍ବରୁ ଗୌତମ ଗମ୍ଭୀରଙ୍କୁ ଦୁଇଥର ହତ୍ୟା ଧମକର ମେଲ ଆସିଛି। ଏହାପରେ ତାଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

 

‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ଗୌତମ ଦିଲ୍ଲୀ ପୁଲସି ନିକଟରେ ଅଭିଯୋଗ କରିଥିଲେ।

କେନ୍ଦ୍ରାଞ୍ଚଳ ‘ଡିସିପି’ ଶ୍ବେତା ଚୌହାନ  କହିଛନ୍ତି, ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର