ଗୁରୁପ୍ରୀତ୍‌ ବାସନ୍ଦ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏଫ୍‌ସି ଗୋଲ୍‌ରକ୍ଷକ ଗୁରପ୍ରୀତ୍‌ ସିଂହ ସାନ୍ଧୁଙ୍କୁ ମଙ୍ଗଳବାର ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ଦୁଇଟି ମ୍ୟାଚ୍‌ରୁ ବାସନ୍ଦ ସହ ୩ ଲକ୍ଷ ଟଙ୍କାର ଜରିମାନା ଲାଗାଇଛି। ଏହି ଦଣ୍ଡ ସଂଗେ ସଂଗେ ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ରେ ଲାଗୁ କରିବାକୁ ଏଆଇଏଫ୍‌ଏଫ୍‌ ନିର୍ଦେଶ ଦେଇଛି। ନଭେମ୍ବର ୩୦ରେ ଗୋଆ ବିପକ୍ଷ ମ୍ୟାଚ୍‌ ବେଳେ ସେ ମ୍ୟାଚ୍‌ ଅଧିକାରୀଙ୍କ ସମେତ ବିପକ୍ଷ ଖେଳାଳିଙ୍କୁ ଦୁର୍ବ୍ୟବହାର କରିବା ଯୋଗୁଁ ଏଆଇଏଫ୍‌ଏଫ୍‌ ଶୃଙ୍ଖଳା ଆଚରଣ ବିଧି ଅନୁଛେଦ ୪୯ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯାଇଛି।

ସମ୍ବନ୍ଧିତ ଖବର