ହ୍ୟାଟିି୍ରକ୍‌ ବିଜୟ ସହ ଭାରତ ସେମିର ନିକଟତର

ଭାରତୀୟ ପୁରୁଷ ହକି ଦଳ ଲଗାତାର ୩ ବିଜୟ ସହ ଏସୀୟ କ୍ରୀଡ଼ା ସେମିଫାଇନାଲ୍‌ର ନିକଟତର ହୋଇଛି। ଇଣ୍ଡୋନେସିଆକୁ ୧୭-୦ ଏବଂ ହଂକଂକୁ ୨୬-୦ରେ ହରାଇଥିବା ଭାରତ ଶୁକ୍ରବାର ଜାପାନ୍‌କୁ ୮-୦ ଗୋଲ୍‌ରେ ପରାସ୍ତ କରିଛି। ରୂପୀନ୍ଦର ପାଲ ସିଂହ (୧୭, ୩୭ ମିନିଟ୍‌) ଏବଂ ମନଦୀପ ସିଂହ (୩୨, ୫୬ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ଏସ୍‌ଭି ସୁନୀଲ (୭ ମିନିଟ୍‌), ଦୀଲପ୍ରିତ ସିଂହ (୧୨ ମିନିଟ୍‌), ଆକାଶଦୀପ ସିଂହ (୪୫ ମିନିଟ୍‌) ଏବଂ ବିବେକ ସାଗର ପ୍ରସାଦ (୪୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ବିଶ୍ୱର ୧୬ତମ ମାନ୍ୟତାରେ ଥିବା ଜାପାନ୍‌କୁ ୪୮ ମିନିଟ୍‌ରେ ଗୋଟିଏ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ଗୋଲ୍‌ରେ ପରିଣତ କରିବାକୁ ଦଳ ସକ୍ଷମ ହୋଇନଥିଲା। ରବିବାର ପଞ୍ଚମ ମାନ୍ୟତାପ୍ରାପ୍ତ ଭାରତ ୧୪ ନମ୍ବର କୋରିଆକୁ ଭେଟିବ।

ସମ୍ବନ୍ଧିତ ଖବର