ସୌଭାଗ୍ୟ ହେଲେ ହାଫ୍‌ ଆଇରନ୍‌ ମ୍ୟାନ

କଟକ: ନୟାଗଡ଼ ଇଟାମାଟୀ ଗ୍ରାମର ସୌଭାଗ୍ୟ କୁମାର ରଥ ହାଫ୍‌ ଆଇରନ୍‌ ମ୍ୟାନ୍‌ର ଆଖ୍ୟା ପାଇଛନ୍ତି। ହାଇଦ୍ରାବାଦରେ ଶେଷ ହୋଇଥିବା ଟ୍ରାଏଥଲନ୍‌ରେ ସୌଭାଗ୍ୟ ଧାର୍ଯ୍ୟ ସମୟଠୁ ଢେର ପୂର୍ବରୁ ଫିନିସ୍‌ ଲାଇନ୍‌ ପାର‌୍‌ କରିଥିଲେ। ଏଥିରେ ୧.୯ କିଲୋମିଟର ସନ୍ତରଣ, ୯୦ କିମି ସାଇକେଲ ଚାଳନା, ୨୧ କିମି ଦୌଡ଼କୁ ସେ ମୋଟ ସାଢେ ୮ଘଣ୍ଟାରେ ଅତିକ୍ରମ କରିଥିଲେ। ସନ୍ତରଣକୁ ସେ ୧ ଘଣ୍ଟା ମଧ୍ୟରେ ଶେଷ କରିଥିଲା ବେଳେ ସାଇକେଲ ଚାଳନାରେ ତାଙ୍କୁ ସାଢେ ୩ ଘଣ୍ଟା ସମୟ ଲାଗିଥିଲା। ଦ୍ବିପ୍ରହର ଖରାରେ ୨୧ କିମି ଦୌଡ଼ିବା ଅତ୍ୟନ୍ତ କଷ୍ଟକର ହୋଇଥିଲେ ବି ସେ ଏହାକୁ ଧାର୍ଯ୍ୟ ୧୦ ଘଣ୍ଟା ଭିତରେ ଅତିକ୍ରମ କରି ହାଫ୍‌ ଆଇରନ୍‌ ମ୍ୟାନ ଆଖ୍ୟା ଅର୍ଜନ କରିଥିଲେ। ଓଡ଼ିଶାରେ ଏହି ଖେଳର ବିଶେଷ ଚାହିଦା ନଥିବାବେଳେ ସୌଭାଗ୍ୟ ଦ୍ବୈତନଗରୀରେ ଏହି ଆଖ୍ୟା ପାଇବାରେ ପ୍ରଥମ ବୋଲି ଦାବି କରିଛନ୍ତି। ସୌଭାଗ୍ୟ ବର୍ତ୍ତମାନ କଟକସ୍ଥିତ ଆକାଶବାଣୀ କେନ୍ଦ୍ରରେ ପ୍ରସାରଣ ନିଷ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର