ରାଜ୍ୟ ସ୍ନୁକର କ୍ବାର୍ଟରରେ ଜି‌ତେନ, ଆକାଶ, ରୁମିତ୍‌, ଜାକିର

କଟକ: କଟକ କ୍ଲବ୍‌ରେ ଚାଲିଥିବା ରାଜ୍ୟ ସ୍ନୁକର ପ୍ରତିଯୋଗିତାରେ ଜି‌େତନ ଷଡ଼ଙ୍ଗୀ, ଆକାଶ ମହାପାତ୍ର, ରୁମିତ ଗୁପ୍ତା ଓ ଜାକିର ଅଲ୍ଲୀ ଖାନ୍‌ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ ମହମ୍ମଦ ରାଜାଙ୍କୁ ପ୍ରତିଯୋଗିତାରୁ ବିଦାୟ ନେବାକୁ ପଡ଼ିଛି। ରବିବାର ପ୍ରି-କ୍ବାର୍ଟରର ଏକ ମ୍ୟାଚ୍‌ରେ ମହମ୍ମଦ ରାଜା ୨-୩ରେ ଜାକିର ଅଲ୍ଲୀ ଖାନ୍‌ଙ୍କଠୁ ହାରିଯାଇଛନ୍ତି। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଜିତେନ୍‌ ୩-୨ରେ ସାରଦା ବେହେରାଙ୍କୁ, ରୁମିତ ୩-୧ରେ ସୁଜିତ ଅଗ୍ରଵାଲଙ୍କୁ ପରାସ୍ତ କରିଛନ୍ତି। ଅନ୍ୟଏକ ମ୍ୟାଚ୍‌ରେ ଚନ୍ଦ୍ର ପ୍ରକାଶ ମହାନ୍ତି ଖେଳିବାକୁ ନଆସିବାରୁ ଆକାଶ ମହାପାତ୍ରଙ୍କୁ ବିଜୟୀ ଘୋଷିତ କରାଯାଇଥିଲା।

ସମ୍ବନ୍ଧିତ ଖବର