ମେକ୍‌ ଇନ୍‌ ଓଡ଼ିଶା କ‌ନ୍‌କ୍ଲେଭ ୨୦୧୮

ଗଲ୍‌ଫ ଖେଳିଲେ
ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ ୨୦୧୮ର ଉଦଘାଟନୀ ଅବସରରେ ଖେଳରେ ରୁଚି ରଖୁଥିବା ବ୍ୟକ୍ତିମାନଙ୍କ ପାଇଁ ଭୁବନେଶ୍ବର ଗଲ୍‌ଫ କ୍ଲବ ଆନୁକୂଲ୍ୟରେ ଏକ ଗଲ୍‌ଫ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସହରରେ ୯ଟି ହୋଲ୍ ବିଶିଷ୍ଟ ଏକ ପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟ ହୋଇଥିଲା। ଏଥିରେ ୩୨ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ। ଶିଳ୍ପଜଗତର ପ୍ରତିନିଧିମାନଙ୍କ ମଧ୍ୟରେ ଟାଟା ଷ୍ଟିଲ, ଆଦାନୀ ଗ୍ରୁପ, ଡାଲମିଆ ସିମେଣ୍ଟ, ଟୟୋଟା, ଭାରତୀୟ ରେଳ, ପାରଦୀପ ପୋର୍ଟ ଟ୍ରଷ୍ଟ ଆଦି ସାମିଲ ହୋଇଥିଲେ। ରୟା‌ଲ ହୋଟେଲ ସହ ସଂଶ୍ଳିଷ୍ଟ ଖେଳାଳୀ ଦଲବୀର ସିଂହ ସବୁଠାରୁ ଅଧିକ ସ୍କୋର କରିଥିଲେ। ତାଙ୍କ ସହିତ ଇଏସଏସପିଏଲ ସହ ସଂଶ୍ଳିଷ୍ଟ ଭୁବନେଶ୍ବର ଗଲ୍‌ଫ କ୍ଲବର ଶୈଳେନ୍ଦ୍ର ଉପାଧ୍ୟାୟ ଏହି ପ୍ରତିଯୋଗିତାରେ ବି‌ଜୟୀ ହୋଇଥିଲେ। ଏଥିସହିତ ଓଟିଡିସି ଅଧ୍ୟକ୍ଷ ତଥା ପୂର୍ବତନ ହକି କ୍ୟାପଟେନ ଦିଲ୍ଲୀପ ତିର୍କି ରନର୍ସ ଅପ୍ ଭାବେ ବିଜୟୀ ହୋଇଥିଲେ। କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏଥିରେ ଯୋଗଦେଇ ବଜୟୀ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ।

କୋଣାର୍କରେ ମିନି ମାରାଥନ୍‌
କୋଣାର୍କ: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଳେଭ-୨୦୧୮ ଅବସରରେ ରବିବାର ପୂର୍ବାହ୍ନରେ କୋଣାର୍କରେ ଅନୁଷ୍ଠିତ ହୋଇଛି ମିନି ମାରାଥନ୍‌ ‘କୋଷ୍ଟାଲ ଫନ୍ ରନ୍‌’। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଶିଳ୍ପ ବିଭାଗ, ଟାଟା ଗ୍ରୁପ୍‌ ଏବଂ ପୁରୀ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମିନି ମାରାଥନ୍‌ ସକାଳ ସାଢ଼େ ୬ଟାରେ ସୂର୍ଯ୍ୟମନ୍ଦିର ସାମ୍‌ନାରୁ ଆରମ୍ଭ ହୋଇ ଇଣ୍ଡିଆନ୍‌ ଅଏଲ୍‌ ଫାଉଣ୍ଡେସନ୍‌ ଦ୍ବାରା ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ରଠାରେ ଉଦ୍‌ଯାପିତ ହୋଇଥିଲା। କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ସ୍କୁଲ କଲେଜ ଛାତ୍ରଛାତ୍ରୀ, ଏନ୍‌ସିସି, ସ୍କାଉଟ୍‌ ଗାଇଡ୍‌ ଓ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର