ଡୁ’ ପ୍ଲେସିସ୍‌ଙ୍କୁ ପାଣି ବୋହୁଥିବାର ଦେଖିବା କଷ୍ଟଦାୟକ: ତାହିର

ଦୁବାଇ : ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପାଇଁ ତାଙ୍କ ସାଥୀ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌‌ ଡୁ’ପ୍ଲେସିସ୍‌ ପାଣି ବୋହିବାର ଦେଖିବା ମୋ ପାଇଁ କଷ୍ଟାଦାୟକ। ଏକଥା କହିଛନ୍ତି ସିଏସ୍‌କେର ଦକ୍ଷିଣ ଆଫ୍ରିକୀୟ ସ୍ପିନର ଇମ୍ରାନ୍‌ ତାହିର। ଡୁ’ପ୍ଲେସିସ୍‌ ଚଳିତ ବର୍ଷ ବଢ଼ିଆ ପ୍ରଦର୍ଶନ କରି ପ୍ରାୟ ସବୁ ମ୍ୟାଚ୍‌ ଖେଳୁଥିଲା ବେଳେ ପୂର୍ବରୁ ସେ ଗୋଟିଏ ଗୋଟିଏ ପୂରା ସଂସ୍କରଣରେ ପାଣି ବୋହିବା କାର୍ଯ୍ୟ କରୁଥିଲେ। ଏହା ବାସ୍ତବରେ ମୋ ପାଇଁ କଷ୍ଟଦାୟକ ଥିଲା ବୋଲି ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ଆଦୌ ଖେଳିବାର ସୁଯୋଗ ପାଇନଥିବା ତାହିର କହିଛନ୍ତି।

ହେଲେ ସିଏସ୍‌କେ ଏଭଳି ଏକ ଦଳ ଯିଏକି ତା’ର ପ୍ରତ୍ୟେକ ଖେଳାଳିଙ୍କୁ ସମ୍ମାନ ଦିଏ। ଏହାର ପ୍ରଶଂସକମାନେ ମଧ୍ୟ ଖେଳାଳିଙ୍କୁ ଢେର ସମର୍ଥନ କରନ୍ତି। ମୋ ହୃଦୟରୁ କହିବି, ଚେନ୍ନାଇ ଏକ ଶ୍ରେଷ୍ଠ ଦଳ। ଭାଗ୍ୟ ଏଥର ସାଥୀ ଦେଉନଥିବାରୁ କିଛିଟା ସଂକଟରେ ପଡ଼ିଯାଇଛି। ମୁଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ଭିତ୍ତିକ ଟ୍ବେଣ୍ଟି-୨୦ ଖେଳିବା ପାଇଁ ସାରା ବିଶ୍ବ ବୁଲିଛି। ହେଲେ ଏକ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏଭଳି ସମ୍ମାନ ମିଳିବା କେଉଁଠି ଦେଖିନି ବୋଲି ନିଜ ୟୁଟ୍ୟୁବ୍‌ ସୋ ‘‘ହେଲୋ ଦୁବାଇଆ’ରେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ କହିଛନ୍ତି ତାହିର।

ସମ୍ବନ୍ଧିତ ଖବର