ବାପା ହେଲେ ପାଣ୍ଡ୍ୟା, ଇନ୍‌ଷ୍ଟା ପୋଷ୍ଟ୍‌ କରି ଦେଲେ ସୂଚନା

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି। ତ‌ାଙ୍କ ଜୀବନସାଥୀ ନତାଶା ଗୁରୁବାର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌‌ ଆକାଉଣ୍ଟ୍‌ରେ ତାଙ୍କ ବାପା ହେବା କଥା ଘୋଷଣା କରିଛନ୍ତି।

ସେ ତାଙ୍କ ଇନ୍‌ଷ୍ଟା‌ ଆକାଉଣ୍ଟ୍‌ରେ ଲେଖିଛନ୍ତି ‌ଯେ ‘ଭଗବାନ ଆମକୁ ଏକ ଶିଶୁ ପୁତ୍ର ସହ ଆଶିର୍ବାଦ କରିଛନ୍ତି’। ସେ ତାଙ୍କ ନବଜଜାତ ପୁତ୍ରର ଫଟୋ ମଧ୍ୟ ଇନ୍‌ଷ୍ଟ‌ାରେ ସେୟାର୍‌ କରିଛନ୍ତି। ତାଙ୍କର ଏହି ପୋଷ୍ଟ୍‌କୁ ବିବିସିଆଇର ଅଫିସିଆଲ୍‌ ପେଜ୍‌ରେ ସେୟାର କରାଯାଇ ଲେଖାଯାଇଛି କି ‘ଦମ୍ପତିଙ୍କୁ ଅଭିନନ୍ଦନ ଓ ଜୁନିୟର୍‌ ପାଣ୍ଡ୍ୟାଙ୍କୁ ସ୍ବାଗତ’।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଚଳିତବର୍ଷ ଜାନୁଆରିରେ ନିର୍ବନ୍ଧ କରିଥିବା ଏହି ଦମ୍ପତି ମେ ମାସରେ ସେମାନଙ୍କ ଆଗକୁ ପିଲା ହେବା ନେଇ ସୂଚନା ଦେଇଥିଲେ।

ପାଣ୍ଡ୍ୟାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ ଦେଖି ଏବେ ଭାରତୀୟ କ୍ରିକେଟ୍‌ ଦଳର ସଦସ୍ୟମାନେ ଶୁଭେଚ୍ଛା ଦେବାରେ ଲାଗିଛନ୍ତି। ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ‘ଦୁହିଁଙ୍କୁ ଶୁଭେଚ୍ଛା’ ବୋଲି ଲେଖିଥିବା ବେଳେ ପାଣ୍ଡ୍ୟାଙ୍କ ପ୍ରିୟ ବନ୍ଧୁ କେଏଲଖ ରାହୁଲ ହାର୍ଟ ଇମୋଜି ଦେଇଛନ୍ତି।

 

ସମ୍ବନ୍ଧିତ ଖବର