ବେଙ୍ଗାଲୁରୁ ଟେଷ୍ଟ : ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଲା ଭାରତ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ଦିବାରାତ୍ର ୨ୟ ଟେଷ୍ଟର ପ୍ରଥମ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ସର୍ବଶେଷ ସୂଚନା ଅନୁସାରେ ଭାରତ ୮ ଓ୍ବିକେଟ ହରାଇ ୨୨୦ ରନ କରିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ଶସ୍ତାରେ ପାଭିଲିୟନ ଫେରିଯାଇଥିଲେ । ରୋହିତ ୧୫ ରନ ଓ ମୟଙ୍କ ୪ ରନ କରି ଆଉଟ୍ ହୋଇଥିଲେ । ତେବେ ଏମାନଙ୍କ ପରେ ଆସିଥିବା ହନୁମା ବିହାରି ଓ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ବିହାରି ୩୧ ରନ ଓ କୋହଲି ୨୩ ରନ କରି ଆଉଟ ହୋଇଥିଲେ । ତେବେ ଋଷଭ ପନ୍ତ ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ପନ୍ତ୍ ୩୯ ରନ କରି ଏମ୍ବୁଲଡେନିଆଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବୀନ ଓ ଅକ୍ଷର ପଟେଲ ବିଶେଷ ଯୋଗଦାନ ଦେଇପାରିନଥିଲେ । ଏବେ ଆୟର ୬୫ ରନ କରି ମହମ୍ମଦ ସମ୍ମିଙ୍କ ସହ ବ୍ୟାଟିଂ ଜାରି ରଖିଛନ୍ତି । 

ଶ୍ରୀଲଙ୍କା ପକ୍ଷରୁ ଏମ୍ବୁଲଡେନିଆ ୩ଟି ଓ ଧନଞ୍ଜୟ ଡିସିଲଭା ୨ଟି ଓ୍ବିକେଟ ନେଇଛନ୍ତି ।

 

 

ସମ୍ବନ୍ଧିତ ଖବର