ଭାରତ-ନ୍ୟୁଜିଲାଣ୍ଡ୍‌ ‘ଏ’ ଟେଷ୍ଟ୍‌ ଅମୀମାଂସିତ

ହାମିଲଟନ୍‌: ଭାରତ ‘ଏ’ ଓ ନ୍ୟୁଜିଲାଣ୍ଡ ‘ଏ’ ମଧ୍ୟରେ ଚାଲିଥିବା ଦ୍ବିତୀୟ ଅଣଆନୁଷ୍ଠାନିକ ଟେଷ୍ଟ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ବର୍ଷା ବାଧାପ୍ରାପ୍ତ ଏହି ୪ ଦିନିଆ ମ୍ୟାଚ୍‌‌ରେ ଘରୋଇ ନ୍ୟୁଜିଲାଣ୍ଡ ୩୦୭/୭ରେ ପ୍ରଥମ ପାଳି ଘୋଷଣା କରିଥିଲା। ଅଧିନାୟକ ୱିଲ୍‌ ୟଙ୍ଗ୍‌ (୧୨୩) ଶତକ ଏବଂ ଟିଏଫ୍‌ ଭାନ ୱର୍କମ (୫୪) ଅର୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ୪, ରଜନୀଶ ଗୁରବାଣୀ ୨ ଓ ନବଦୀପ ସାଇନି ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଭାରତ ୨ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ରବିକୁମାର ସମର୍ଥ (୫୦*) ଅପରାଜିତ ଅର୍ଧଶତକ ହାସଲ କରିଥିଲା ‌ବେ‌ଳେ ଅଭିମନ୍ୟୁ ଇଶ୍ବରନ୍‌ ୪୭ ଏବଂ ମୟଙ୍କ ଅଗ୍ରୱାଲ୍‌ ୪୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଆଉ ଗୋଟିଏ ମ୍ୟାଚ୍‌ ବାକି ଥିଲା ଏହି ୩ ଟିକିଆ ଶୃଙ୍ଖଳା ଏବେ ୦-୦ ସ୍ଥିତିରେ ରହିଛି।

ସମ୍ବନ୍ଧିତ ଖବର