ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ବିଶାଳ ସ୍କୋର ଆଡକୁ ଅଗ୍ରସର ହେଉଛି ଭାରତ

ମାଞ୍ଚେଷ୍ଟର : ଇଂଲାଣ୍ଡର ଶିଳ୍ପନଗରୀ ମାଞ୍ଚେଷ୍ଟରର ଓଲଡ ଟାଫର୍ଟ ଠାରେ ଚାଲିଥିବା ଭାରତ-ପାକିସ୍ତାନ ମ୍ୟାଚରେ ଭାରତ ପ୍ରଥମରୁ ହିଁ ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଦେଇଛି । ଭାରତର ଦୁଇ ଓପନର ରୋହିତ ଶର୍ମା ଓ କେ.ଏଲ.ରାହୁଲ ଇନିଂସ ଆରମ୍ଭରୁ ବେଶ ସତର୍କତାର ସହ ଖେଳିଥିଲେ ।

କିନ୍ତୁ ଇନିଂସ ଆଗକୁ ବଢିବା ସହ ଉଭୟ ବ୍ୟାଟ୍ସମ୍ୟାନ ନିଜର ପ୍ରକୃତ ରୂପ ଦେଖାଇବା ଆରମ୍ଭ କରିଛନ୍ତି । ବିଶେଷକରି ରୋହିତ ନିଜର ଚିରପରିଚିତ ଆକ୍ରାମକ ଖେଳ ଆରମ୍ଭ କରି ମାତ୍ର ୩୮ ବଲରେ ନିଜର ୫୦ରନ ପୁରଣ କରିଛନ୍ତି । ସେହିପରି ରାହୁଲ ୪୦ ବଲ ଖେଳି ୨୮ ରନ ସଂଗ୍ରହ କରିିଛନ୍ତି । ସର୍ବଶେଷ ସୂଚନା ମିଳିବା ପର୍ଯ୍ୟନ୍ତ ଭାରତ ୧୮ ଓଭରରେ କୌଣସି ଓ୍ଵିକେଟ ନହରାଇ ୧୦୧ ରନ ସଂଗ୍ରହ କରିଛି । ରୋହିତ ଶର୍ମା ୬୧ ରନରେ ଓ କେ.ଏଲ. ରାହୁଲ ୩୭ ରନରେ ଅପରାଜିତ ଅଛନ୍ତି । ଏହି ଇଂନିସକୁ ଦେଖିଲେ ମନେ ହେଉଛି ଯେ ଭାରତ ଏକ ବଡ଼ ସ୍କୋର ଆଡକୁ ଅଗ୍ରସର ହେଉଛି ।

ସମ୍ବନ୍ଧିତ ଖବର