ଭାରତ ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦, ନୂଆ କୀର୍ତ୍ତି ଅପେକ୍ଷାରେ କୋହଲି ଓ ରୋହିତ

ଧର୍ମଶାଳା: ଆସନ୍ତା ୧୫ ତାରିଖରେ ଧର୍ମଶାଳାରେ ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଏହି ମ୍ୟାଚ୍‌ ଘରୋଇ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ପାଇଁ କୀର୍ତ୍ତିମାନ ଅପେକ୍ଷା ରଖିଛି। କିଏ କାହାକୁ ପଛରେ ପକାଇବେ ଉଭୟ କୋହଲି ଓ ରୋହିତଙ୍କ ମଧ୍ୟରେ ଲଢ଼େଇ ହେବ। ଉଭୟ ବ୍ୟକ୍ତିଗତ ଭାବେ ଦୁଇଟି ଲେଖାଏଁ କୀର୍ତ୍ତିମାନ ଲକ୍ଷ୍ୟ ରଖିଛନ୍ତି। ଟ୍ବେଣ୍ଟି-୨୦ ଆନ୍ତାର୍ଜାତିକରେ ରୋହିତ ଏବେ ସର୍ବାଧିକ ରନ୍‌ ସ୍କୋରର୍‌ ରହିଛନ୍ତି। ସେ ୮୮ ପାଳିରୁ ୨୪୨୨ ରନ୍‌ କରିସାରିଛନ୍ତି। ହେଲେ କୋହଲି ବି ତାଙ୍କଠୁ ବିଶେଷ ପଛରେ ନାହାନ୍ତି। କୋହଲି ୬୫ ପାଳିରୁ ୨୩୬୯ ରନ୍‌ କରିଥିବାରୁ ରୋହିତଙ୍କଠୁ ୫୩ ରନ୍‌ ଦୂରରେ ରହିଛନ୍ତି। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଦୁହେଁ ଦୁହିଁଙ୍କୁ ଟପିବା ପାଇଁ ସମ୍ଭାବନା ରଖିଛନ୍ତି।

ଏହା ବ୍ୟତୀତ ଦୁହେଁ ମଧ୍ୟ ଆଉ ଏକ କୀର୍ତ୍ତିମାନ ପାଇଁ ଲଢ଼ିବେ। ଉଭୟ କୋହଲି ଓ ରୋହିତ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ସର୍ବାଧିକ ୫୦+ ସ୍କୋର୍‌ କରିବାରେ ସମାନ ସ୍ଥିତିରେ ରହିଛନ୍ତି। ଉଭୟ ୨୧ ଥର ଲେଖାଏଁ ୫୯+ ସ୍କୋର୍‌ କରିଛନ୍ତି। ସେଥିମଧ୍ୟରେ କୋହଲି କେବଳ ୨୧ ଅର୍ଧଶତକ ଜମାଇଥିଲା ବେଳେ ରୋହିତଙ୍କ ଖାତାରେ ୧୭ ଅର୍ଧଶତକ ସାଙ୍ଗକୁ ୪ ଶତକ ସାମିଲ ରହିଛି।

ସମ୍ବନ୍ଧିତ ଖବର