ନାଗପୁରରେ ଚମକିଲେ ବିରାଟ-ରୋହିତ, ୨ୟ ପାଳିରେ ଶ୍ରୀଲଙ୍କା ୧/୨୧

ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ: ଭାରତ ଠାରୁ ୩୮୪ ରନ୍‌ ପଛରେ ଶ୍ରୀଲଙ୍କା

ନାଗପୁର: ଟିମ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲାର ୩ୟ ଦିନରେ ଶ୍ରୀଲଙ୍କାର ପ୍ରଥମ ପାଳିର ୨୦୫ ରନ୍‌ ଜବାବରେ ଭାରତ ୬୧୦ରନ୍‌ରେ ପାଳି ଘୋଷଣା କରିଛି। ଏଥି ସହିତ ଭାରତ ୪୦୫ ରନ୍‌ରେ ଅଗ୍ରଣୀ ରହିଛି। ୨ୟ ପାଳିରେ ଶ୍ରୀଲଙ୍କା ଖେଳ ଶେଷ ବେଳକୁ ଗୋଟିଏ ଓ୍ଵିକେଟ ହରାଇ ୨୧ ରନ୍‌ ସଂଗ୍ରହ କରିଛି।

ପୂର୍ବରୁ ଭାରତ ୬ ଓ୍ଵିକେଟରେ ୬୧୦ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଥିଲା। ମୁରଲୀ ବିଜୟ (୧୨୮) ଓ ଚେତେଶ୍ୱର ପୂଜାରା (୧୪୩), ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (୨୧୩) ଓ ରୋହିତ ଶର୍ମା(୧୦୨) ଶତକ ବଳରେ ଭାରତ ୩ୟ ଦିନରେ ରବିବାର ୬୧୦ ରନ୍‌ ସଂଗ୍ରହ କରିଥିଲା। ମହାରାଷ୍ଟ୍ରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ରବିବାର ୩୧୨ରନ୍‌ରୁ ଖେଳ ଆରମ୍ଭ କରିଥିଲା। କେହଲି ୨୫୯ଟି ବଲ ଖେଳି ଏହି ଦ୍ୱି-ଶତକ ହାସଲ କରିଛନ୍ତି। ସେ ଦିଲରୁଓ୍ଵାନ ପେରାରାଙ୍କ ବଲ ଲାହିରୁ ଥିରମାନିଙ୍କ ଦ୍ୱାରା କ୍ୟାଚ ହୋଇଥିଲେ। ସେହିଭଳି ରବିଚନ୍ଦ୍ରନ ଅଶ୍ୱିନ(୫) ଦିଲରିଓ୍ଵାନ ପେରାରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ଭାରତର ପ୍ରଥମ ଓ୍ଵିକେଟ ୭ରନ୍‌ରେ, ୨ୟ ଓ୍ଵିକେଟ ୨୧୬ ରନ୍‌ରେ, ୩ୟ ଓ୍ଵିକେଟ ୩୯୯ରନ୍‌ରେ, ୪ର୍ଥ ଓ୍ଵିକେଟ ୪୧୦ ରନ୍‌ରେ, ୫ମଓ୍ଵିକେଟ ୫୮୩ ରନ୍‌ରେ ଓ ୬ଷ୍ଠ ଓ୍ଵିକେଟ ୫୯୭ ରନ୍‌ରେ ପଡ଼ିଥିଲା।

ଶ୍ରୀଲଙ୍କା ପ୍ରଥମ ପାଳିରେ ୨୦୫ ରନ୍‌ ସଂଗ୍ରହ କରି ଶୁକ୍ରବାର ସମସ୍ତ ଓ୍ଵିକେଟ ହରାଇ ଥିଲା। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦଳ ୭୦.୧ ଓଭରରେ ୨୦୫ ରନ୍‌ ସଂଗ୍ରହ କରି ସମସ୍ତ ଓ୍ଵିକେଟ ହରାଇ ଥିଲା। ଟିମ୍‌ର ପ୍ରଥମ ଓ୍ଵିକେଟ ୨୦ ରନ୍‌ରେ, ୨ୟ ଓ୍ଵିକେଟ ୪୪ରନ୍‌ରେ, ୩ୟ ଓ୍ଵିକେଟ ୬୦ ରନ୍‌ରେ, ୪ର୍ଥ ଓ୍ଵିକେଟ ୧୨୨ ରନ୍‌ରେ, ୫ମ ଓ୍ଵିକେଟ ୧୬୦ରନ୍‌ରେ ଓ ୬ଷ୍ଠ ଓ୍ଵିକେଟ ୧୬୫ରନ୍‌ରେ, ୭ମ ଓ ୮ମ ଓ୍ଵିକେଟ ୧୮୪ ରନ୍‌ରେ ପଡ଼ିଛି। ଶ୍ରୀଲଙ୍କାର ୯ମ ଓ ୧୦ମ ଓ୍ଵିକେଟ ୨୦୫ ରନ୍‌ରେ ପଡ଼ିଥିଲା।

ସମ୍ବନ୍ଧିତ ଖବର