ଇନ୍ଦୋର ଟି-୨୦: ଶ୍ରୀଲଙ୍କା ବିପକ୍ଷରେ ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ଇନ୍ଦୋର: ନୂଆବର୍ଷରେ ଗୁଆହାଟୀରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ବର୍ଷାରେ ଧୋଇଯିବା ପରେ ଏବେ ଇନ୍ଦୋର ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଛି। ଇନ୍ଦୋରସ୍ଥିତ ହୋଲ୍‌କର ଷ୍ଟାଡିୟମ୍‌ରେ ଆଜି ଶୃଙ୍ଖଳାର ଦ୍ଵିତୀୟ ଟିି-୨୦ ଖେଳାଯାଉଛି। ମ୍ୟାଚ୍‌ ପୂର୍ବରୁ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଶ୍ରୀଲଙ୍କା ଦଳ ପାଇଁ ଅଭିସ୍କା ଫର୍ନାଣ୍ଡୋ ଓ ଦନୁସ୍କା ଗୁଣତିଲକ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ଭାରତ ପାଇଁ ଦ୍ରୁତ ବୋଲର ଯଶପ୍ରୀତ ବୁମରା ପ୍ରଥମ ଓଭର ବୋଲିଂ କରିଛନ୍ତି।

ବର୍ଷା ପାଇଁ ୩ ମ୍ୟାଚ ବିଶିଷ୍ଟ  ଶୃଙ୍ଖଳା ଏବେ ୨ ମ୍ୟାଚ୍‌ ବିଶିଷ୍ଟ ହୋଇଯାଇଛି। ଇନ୍ଦୋରରେ ଯେଉଁ ଦଳ ବିଜୟୀ ହେବ ସେ ଦଳ ଏକ ପ୍ରକାର ସୁରକ୍ଷିତ ରହିବ। କାରଣ ଅନ୍ତିମ ତଥା ଶେଷ ମୁକାବିଲା ପାଇଁ ମାନସିକ ରୂପେ ଚାପ କମ ରହିବ। ସୂଚନାଯୋଗ୍ୟ, ଶେଷ ଥର ପାଇଁ ଇନ୍ଦୋରରେ ମୁକାବିଲା କରିଥିବା ବେଳେ ଭାରତୀୟ ଓପନର ରୋହିତ ଶର୍ମା ଯୁଗ୍ମ ଦ୍ରୁତତମ ଶତକ ହାସଲ କରିଥିଲେ।

Photo: The SportsRush

ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍‌ ଆୟର, ଋଷବ ପନ୍ତ, ଶିଭବ ଦୁବେ, କୁଲଦୀପ ଯାଦବ, ଯଶ୍ରପୀତ ବୁମରା, ଶାର୍ଦୁଲ ଠାକୁର, ନଦଭୀପ ସଇନି, ୱାସିଂଟନ୍‌ ସୁନ୍ଦର।

ଶ୍ରୀଲଙ୍କା: ଲସିଥ ମାଲିଙ୍ଗା (ଅଧିନାୟକ), ଦନୁସ୍କା ଗୁଣତିଲକ, ଅଭିସ୍କା ଫର୍ନାଣ୍ଡୋ, ଦାସୁନ ସନକା, କୁଶାଲ ପେରେରା, ଧନଞ୍ଜୟ ଡି’ ସିଲଭା, ଇସୁରୁ ଉଦାନା, ଭାନୁକା ରାଜପାକସେ, ଓସଦା ଫର୍ନାଣ୍ଡୋ, ୱାନିନ୍ଦୁ ହରରଙ୍ଗା, ଲାହିରୁ କୁମାର।

ସମ୍ବନ୍ଧିତ ଖବର