ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ୧ ନମ୍ବର ସ୍ଥାନରେ ପହଞ୍ଚିଲା ଭାରତ, ୨ୟ ସ୍ଥାନରେ ନ୍ୟୁଜିଲାଣ୍ଡ

ପୁନେ : ପୁନେ ଟେଷ୍ଟରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ଇନିଂସ ଓ ୧୩୭ ରନରେ ପରାସ୍ତ କରିଛି । ଆଜିର ବିଜୟ ସହ ଭାରତ ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ୨୦୦ ପଏଣ୍ଟ ସହ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି ଓ ଅନ୍ୟ ଟିମଗୁଡ଼ିକ ଭାରତଠାରୁ ବେଶ ପଛରେ ପଡିଛନ୍ତି । ଭାରତ ୪ଟି ମ୍ୟାଚରେ ବିଜୟ ହାସଲ କରି ୨୦୦ ପଏଣ୍ଟ ପାଇଥିବାବେଳେ ୨ୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ୨ଟି ମ୍ୟାଚଖେଳି ୧ ବିଜୟ ୧ ପରାଜୟ ସହ ୬୦ ପଏଣ୍ଟ ପାଇଛି ।

୩ୟ ସ୍ଥାନରେ ଥିବା ଶ୍ରୀଲଙ୍କା ମଧ୍ୟ ୨ଟି ମ୍ୟାଚଖେଳି ୧ ବିଜୟ ୧ ପରାଜୟ ସହ ୬୦ ପଏଣ୍ଟ ପାଇଛି । ୪ର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଦଳ ୫ଟି ମ୍ୟାଚ ଖେଳି ୨ ବିଜୟ, ୨ ପରାଜୟ ଓ ଗୋଟିଏ ଡ୍ର ସହିତ ୫୬ ପଏଣ୍ଟ ପାଇଛି । ବିଶ୍ୱ ଚାମ୍ପିୟନ ଇଂଲାଣ୍ଡ ଦଳ ମଧ୍ୟ ୫ଟି ମ୍ୟାଚ ଖେଳି ୨ ବିଜୟ, ୨ ପରାଜୟ ଓ ଗୋଟିଏ ଡ୍ର ସହିତ ୫୬ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା, େଓ୍ଵଷ୍ଟ ଇଣ୍ଡିଜ, ବାଂଲାଦେଶ ଓ ପାକିସ୍ତାନ ଦଳ କୌଣସି ପଏଣ୍ଟ ପାଇନାହାନ୍ତି ।

ସମ୍ବନ୍ଧିତ ଖବର