ଡିସେମ୍ବରରେ ୨ ଟେଷ୍ଟ ଓ ୩ ଦିନକିଆ ଖେଳିବାକୁ ବାଂଲାଦେଶ ଯିବ ଭାରତ

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ମାସରେ ଭାରତ ଦୁଇଟି ଟେଷ୍ଟ ଓ ତିନିଟି ଦିନିକିଆ ମ୍ୟାଚ୍‌ ଖେଳିବାକୁ ବାଂଲାଦେଶ ଗସ୍ତ କରିବ। ୨୦୧୫ ପରେ ପ୍ରଥମ ଥର ପାଇଁ ଭାରତ ଏହି ଦେଶରେ କ୍ରିକେଟ୍‌ ଖେଳିବାକୁ ଯିବ। ଡିସେମ୍ବର ୪, ୭ ଓ ୧୦ ତାରିଖରେ ତିନିଟି ଦିନିକିଆ ମ୍ୟାଚ୍‌ ଢାକାର ମୀରପୁରରେ ଖେଳାଯିବ। ପରେ ଡିସେମ୍ବର ୧୪ରୁ ଚଟୋଗ୍ରାମରେ ପ୍ରଥମ ଟେଷ୍ଟ ଓ ମୀରପୁରରେ ୨୨ ତାରିଖରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ‌ଅନୁଷ୍ଠିତ ହେବ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ ମୁଖ୍ୟ ନଜମୁଲ୍‌ ହାସନ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର