କରୋନା ଭୂତାଣୁ, ଇଣ୍ଡିଆନ୍‌ ଗ୍ରାଁ ପ୍ରି ବାତିଲ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ଆତଙ୍କକୁ ଏଡାଇବା ପାଇଁ ଶୁକ୍ରବାର ଏନ୍‌ଆଇଏସ୍‌ ପାତିଆଲାରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆନ୍‌ ଗ୍ରାଁ ପ୍ରି’କୁ ବାତିଲ କରିଦିଆଯାଇଛି। ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରତିଯୋଗିତା ଉପରେ ସରକାରୀ କଟକଣା ଯୋଗୁଁ ଭାରତୀୟ ଆଥ୍‌ଲେଟିକ୍ସ ଫେଡେରେସନ୍‌ ଇଣ୍ଡିଆନ୍‌ ଗ୍ରାଁ ପ୍ରି’କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥି ସହିତ ଏପ୍ରିଲ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତାପର୍ଯ୍ୟାୟ ଭାବେ ବିବେଚିତ ଫେଡେରେସନ୍‌ କପ୍‌ ଜାତୀୟ ବରିଷ୍ଠ ପ୍ରତିଯୋଗିତାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏପ୍ରିଲ ୧୫ ପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତା ଦେଶରେ ଆୟୋଜନ ନକରିବାକୁ ଏବଂ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଥିବା ଆଥ୍‌ଲେଟ୍‌ଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ସମସ୍ତ ଜାତୀୟ ଫେଡେରେସନ୍‌କୁ ଗୁରୁବାର ନିର୍ଦେଶ ଦେବାର ଘଣ୍ଟାକ ପରେ ହିଁ ଭାରତୀୟ ଆଥ୍‌ଲେଟିକ୍‌ସ ଫେଡେରେସନ୍‌ ଏହି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର