ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଅସିଚାଳନା ଦଳର ଶିବିର

ଭୁବନେଶ୍ବର: ଭାରତୀୟ ଅସିଚାଳନା ସଂଘ ଏବଂ ଓଡ଼ିଶା ଅସିଚାଳନା ସଂଘର ମିଳିତ ଆନୁକୂଲ୍ୟରେ କଟକସ୍ଥିତ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଏକ ଦିନିକିଆ ଭାରତୀୟ ଦଳ ଚୟନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ମାସରେ ଇଂଲଣ୍ଡରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଏହି ଶିବିରରୁ ଖେଳାଳି ଚୟନ କରାଯିବ। ଶିବିରକୁ ଓଡ଼ିଶା ଅସିଚାଳନା ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର