ଭାରତୀୟ ବିଶ୍ବବିଦ୍ୟାଳୟ ଭଲିବଲ୍‌ ପ୍ରଶିକ୍ଷଣ ଶିବରରେ: ଓଡ଼ିଶାରୁ ପ୍ରତ୍ୟୁଷ, ପ୍ରଜ୍ଞା, ଶିରିସା

ଭୁବନେଶ୍ବର: ଚୀନ୍‌ର ଚେଙ୍ଗଦୁରେ ଅଗଷ୍ଟ ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ‌ଆୟୋଜିତ ହେବାକୁ ଥିବା ୩୧ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି କିଟ୍‌ରେ ଚାଲିଥିବା ଭାରତୀୟ ଭଲିବଲ୍‌ (ପୁରୁଷ ଓ ମହିଳା) ଦଳର ଟ୍ରାଏଲ୍ସ ବୁଧବାର ଶେଷ ହୋଇଛି। ଏହି ଟ୍ରାଏଲ୍ସରୁ ୨୦ ଜଣ ଲେଖାଏଁ ପୁରୁଷ ଓ ମହିଳା ଖେଳାଳି ପ୍ରଶିକ୍ଷଣ ଶିବିର ପାଇଁ ଚୟନ ହୋଇଛନ୍ତି। ଏଥିରେ ଓଡ଼ିଶାରୁ ୩ ଜଣ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଜ୍ଞା ସାରଥି ଜେନା ଓ ପ୍ରତ୍ୟୁଷ କୁମାର ନନ୍ଦ ଓ କିଟ୍‌ର ଶିରିସା କରାମି ସ୍ଥାନ ପାଇଛନ୍ତି। ଚୟନ ହୋଇଥିବା ଖେଳାଳିମାନଙ୍କୁ ଭାରତୀୟ ଭଲିବଲ୍‌ ମହାସଂଘର ସଭାପତି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଶ୍ରୀ ସାମନ୍ତ କିଟ୍‌ରେ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ଲାଗି ସବୁ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର