ଭାରତୀୟ ମହିଳା ଲିଗ୍‌: ଇନ୍ଦିରାଗାନ୍ଧୀ ଏକାଡେମିକୁ ହରାଇଲା ରାଇଜିଂ ଷ୍ଟୁଡେଣ୍ଟ

କଟକ: ମହାରାଷ୍ଟ୍ରର କୋହ୍ଲାପୁରଠାରେ ଖେଳାଯାଉଥିବା ଭାରତୀୟ ମହିଳା ଲିଗ୍‌ ଯୋଗ୍ୟତା ପର୍ଯ୍ୟାୟରେ ବୁଧବାର ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ୪-୧ ଗୋଲ୍‌ରେ ଇନ୍ଦିରାଗାନ୍ଧୀ ଏକାଡେମକୁ ହରାଇଛି। ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ ପ୍ୟାରୀ ଖାଖା ୧୬, ୪୫ ଓ ୭୨ ମିନିଟ୍‌ରେ ଏକାକି ୩ ଗୋଲ୍‌ ଦେଇଥଲା ବେଳେ ସୁପ୍ରଭା ସାମଲ ୫୬ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇ ବିଜୟ ବ୍ୟବଧାନ ବଢ଼ାଇଥିଲେ। ବିଜୟୀ ଦଳର ମନୀଷା ପାନ୍ନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର