ସେପ୍ଟେମ୍ବରରେ ୩ ଲେଖାଏଁ ଟି-୨୦ ଓ ଦିନିକିଆ ଖେଳିବାକୁ ଇଂଲଣ୍ଡ ଯିବେ ଭାରତ ମହିଳା

ଲଣ୍ଡନ (ୟୁକେ) : ଚଳିତ ୨୦୨୨ ଗ୍ରୀଷ୍ମ ଋତୁରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ୩ ଲେଖାଏଁ ଟି-୨୦ ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବ। ଏନେଇ ମଙ୍ଗଳବାର ଇଂଲଣ୍ଡ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ସ୍ପଷ୍ଟ କରିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତ ବିପକ୍ଷ ଶୃଙ୍ଖଳା ଆୟୋଜନ କରିବ ଇସିବି। ବିଶେଷକରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଦି ହଣ୍ଡ୍ରେଡ୍‌ ପ୍ରତିଯୋଗିତା ପରେ ହିଁ ଭାରତ-ଇଂଲଣ୍ଡ ଶୃଙ୍ଖଳା ଖେଳାଯିବ। ସେପ୍ଟେମ୍ବର ୧୦ ତାରିଖରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଥିଲା ବେଳେ ୧୮ରୁ ଦିନିକିଆ ଶୃଙ୍ଖଳା ଖେଳାଯିବ। ସେପ୍ଟେମ୍ବର ୧୦ (ଡର୍‌ହାମ୍‌), ୧୩ (ଡର୍ବି) ଏବଂ ୧୫ (ବ୍ରିଷ୍ଟଲ୍‌)ରେ ଟି-୨୦ ଖେଳାଯିବା ପରେ ୧୮ (ହୋଭ୍‌), ୨୧ (କା‌ଣ୍ଟେରବରି) ଓ ୨୪ ତାରିଖରେ ଲର୍ଡସରେ ତୃତୀୟ ଦିନିକିଆ ସହ ଭାରତ ଗସ୍ତ ଶେଷ ହେବ।

ସମ୍ବନ୍ଧିତ ଖବର