ଅନ୍ତଃଜିଲ୍ଲା କଳାହାଣ୍ଡି କପ୍ କ୍ରିକେଟ୍‌: ସନ୍ଦୀପଙ୍କ ଦ୍ବିଶତକ: ଭୁବନେଶ୍ବର-ଏ ୪୦୭/୫

କଟକ : ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଅନ୍ତଃଜିଲ୍ଲା କଳାହାଣ୍ଡି କପ୍ କ୍ରିକେଟ ପ୍ରତିଯୋଗିତାର ଶୁକଅବାର ମ୍ୟାଚ୍‌ରେ କଟକ-ଏ ଦଳ ବାଲେଶ୍ବରଠାରୁ ୬୩ ରନ୍‌ରେ ଅଗ୍ରଣୀ ପାଇଛି। ରେଭେନ୍‌ସା ବିଶ୍ବବିଦ୍ୟାଳୟ ପଡିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ବାଲେଶ୍ବର ୪୦.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୦୨ ରନ୍ କରିଥିଲା। ଜବାବରେ କଟକ-ଏ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୪୯ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୧୬୫ ରନ୍ କରିଛି।

ସନ୍ ସାଇନ୍ ପଡିଆରେ ଓଡ଼ିଶା-ଇ ଦଳ ବିପକ୍ଷରେ ଟସ୍‌ ଜିତି ଝାରସୁଗୁଡା ଦଳ ପ୍ରଥମେ ବ୍ୟାଟିଂ ନେଇଥିଲା। ଏହି ଦଳ ୯୦ ଓଭରରେ ୮ ୱିକେଟ୍ ହରାଇ ୩୫୩ ରନ୍ କରିଛି। ରୋସନ ପ୍ରସାଦ ଶତକୀୟ ପାଳି ଖେଳିଥିଲେ।

ଡ୍ରିମସ ପଡିଆରେ ଓଡ଼ିଶା-ସି ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଓଡ଼ିଶା-ଏ ୭୫.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୫୩ ରନ୍ କରିଥିଲା। ଟୁକୁନା ସାହୁ ୯୦ ବଲ୍‌ରୁ ୧୨୦ ରନ୍ କରିଥିଲେ। ଜବାବରେ ଓଡ଼ିଶା-ସି ୧୪ ଓଭରରେ ୨ ୱିକେଟ୍ ହରାଇ ୫୫ ରନ୍‌ କରିଛି।

ସିଭି ରମଣ ପଡିଆରେ ଭଦ୍ରକ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭୁବ‌ନେଶ୍ବର-ଏ ଦଳ ୯୦ ଓଭରରେ ୫ ୱିକେଟ୍ ହରାଇ ୪୦୭ ରନ୍ କରିଥିଲା। ସନ୍ଦୀପ କୁମାର ପଟ୍ଟନାୟକ (୨୦୬ ରନ୍‌) ଦ୍ବିଶତକ ଜମାଇଥିଲା ବେଳେ ସୌରଭ କୁମାର ଗୌଡ (୧୧୦ ରନ୍‌) ଶତକ ହାସଲ କରିଥିଲେ।

ସେଂଚୁରିଆନ୍ ପଡିଆରେ ପୂର୍ବତଟ ରେଳବାଇ ଓଡ଼ିଶା-ଏଫ୍’କୁ ଭେଟିଥିଲା। ପ୍ରଥମେ ବ୍ୟାଟିଂ ନେଇଥିବା ଓଡ଼ିଶା-ଏଫ୍‌ ଦଳ ୪୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୯୩ ରନ୍ କରିଥିଲା। ଜବାବରେ ପୂର୍ବତଟ ରେଳବାଇ ୩୬.୪ ଓଭର‌ରେ ୭ ୱିକେଟ୍ ହରାଇ ୧୫୪ ରନ୍ କରିଛି। ଫଳରେ ରେଳବାଇ ଦଳ ପ୍ରଥମ ଦିନ ୬୧ ରନରେ ଅଗ୍ରଣୀ ରହିଛି।

ଖୋର୍ଦ୍ଧାରେ ଓଡ଼ିଶା-ବି ଓ ଓଡ଼ିଶା-ଡି ଦଳ ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶା-ଡି ୮୯.୩ ଓଭରରେ ସମସ୍ତ ୱିକେଟ ହରାଇ ୩୭୩ ରନ୍ କରିଥିଲା।

ସମ୍ବନ୍ଧିତ ଖବର