ଅନ୍ତଃଜିଲ୍ଲା କ୍ରିକେଟ୍‌: ରାଉରକେଲା, ଦେବଗଡ଼, ଭଦ୍ରକ, କିଟ୍, ବାଲେଶ୍ବର ବିଜୟୀ: ଶତକ ଅର୍ଜନ କଲେ ଆଦର୍ଶ, ସ୍ବୟଂଭୁ

କଟକ : ୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ର ମଙ୍ଗଳବାର ରାଉରକେଲା, ଦେବଗଡ଼, ଭଦ୍ରକ, କିଟ୍ ଓ ବାଲେଶ୍ବର ବିଜୟୀ ହୋଇଛନ୍ତି।‌ ‌ସନ୍‌ସାଇନ୍‌ ପଡିଆରେ ରାଉରକେଲା ୮ ୱିକେଟ୍‌ରେ କୋରାପୁଟକୁ ହରାଇଛି। ବିଡ଼ାନାସୀ ପଡିଆରେ ଦେବଗଡ଼ ୨୩୧ ରନ୍‌ରେ ବୌଦ୍ଧକୁ ହରାଇଛି। ଆଦର୍ଶ କୁମାରଙ୍କ ୧୧୪ ରନ୍‌ ସହାୟତାରେ ଦେବଗଡ଼ ୪୯.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୪୨ ରନ୍ କରିଥିଲା। ଜବାବାର ବୌଦ୍ଧ ୩୦.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୧ରନ୍ କରିବାକୁ ସମର୍ଥ ହୋଇଥିଲା।

ଜଗତପୁର ନିମପୁର ପଡିଆରେ ଭଦ୍ରକ ୧୦୫ ରନ୍‌ରେ ନୟାଗଡ଼କୁ ହରାଇଛି। ସ୍ବୟଂଭୁ ପଲାଇଙ୍କ ଅପରାଜିତ ୧୦୮ ରନ୍‌ ଯୋଗୁଁ ଭଦ୍ରକ ୩୭.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୮୨ ରନ୍ କରିଥିଲା। ଜବାବରେ ନୟାଗଡ଼ ୨୩.୩ ଓଭରରେ ୭୭ ରନ୍‌ କରିଥିଲା ବେଳେ ସମସ୍ତ ୱିକେଟ୍‌ ହରାଇଥିଲା। ଅଡ଼ଶପୁର ପଡିଆରେ କିଟ୍‌ ୬୬ ରନ୍‌ରେ ଢେଙ୍କାନାଳକୁ ହରାଇଛି। ଭୁବନେଶ୍ବର ଟାଉନ୍ କ୍ଲବ୍ ପଡିଆରେ ବାଲେଶ୍ବର ୯ ୱିକେଟ୍‌ରେ ରାୟଗଡ଼ାକୁ ହରାଇଛି।

ସମ୍ବନ୍ଧିତ ଖବର