ଆନ୍ତର୍ଜାତୀୟ ସୋଟୋକାନ୍‌ କରାଟେ, ଓଡ଼ିଶାକୁ ୪ ସ୍ବର୍ଣ୍ଣ ସହ ୮ ପଦକ

ଭୁବନେଶ୍ବର: ଗୁଜରାଟର ଅହମ୍ମଦାବାଦରେ ଡିସେମ୍ବର ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସୋଟୋକାନ୍ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ରାଜ୍ୟର ୮ ଜଣିଆ ଦଳ ୪ ସ୍ବର୍ଣ୍ଣ ଓ ୪ କାଂସ୍ୟ ସହିତ ମୋଟ ୮ ପଦକ ହାସଲ କରିଛନ୍ତି। ଏସିଆର ବୃହତ୍ତମ ଅରେନା ଷ୍ଟାଡିୟମ୍‌ ଟ୍ରାନ୍ସ ଆରେନାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ କାତାରେ ଅଙ୍କିତା ଦାଶ, ଉଦିତ ସେଠୀ ଏବଂ କୁମିତ‌େରେ ଆୟୁଷ ଅଂଶୁମାନ ଭୂୟାଁ ଓ ପ୍ରଜ୍ୟୁଷା ମଢ଼େଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିଭଳି କୁମିତେରେ ସୁପ୍ରତିଷ୍ଠା ଦାଶ, ଉଦିତ ସେଠୀ, ପ୍ରଜ୍ୟୁଷା ମଢ଼େଇ ଏବଂ କାତାରେ ଆୟୂଷ ଅଂଶୁମାନ ଭୂୟାଁ କାଂସ୍ୟ ପଦକ ହାସଲ କରିଥିଲେ। ଏଥି ସହିତ ଉଦିତ‌ ସେଠୀ, ପ୍ରଜ୍ୟୁଷା ମଢ଼େଇ ଏବଂ ଆୟୂଷ ଅଂଶୁମାନ ଭୂୟାଁ ୨‌ ଲେଖାଏଁ ପଦକ ଜିତିବାର ଗୌରବ ଆଣିଛନ୍ତି। ଓଡିଶାରୁ ପରିଚାଳକ ଭାବେ ଘନଶ୍ୟାମ ହାଁସଦା ଓ ଆନ୍ତର୍ଜାତୀୟ ସୋଟୋକାନ କରାଟେ ସଂଘ (ଆଇଏସକେୟୁ) ଓଡିଶାର ମୁଖ୍ୟ ସେନସେଇ ସୁବ୍ରତ ପାତ୍ର ଏବଂ ତୁଷାର ପଢ଼ିଆରୀଙ୍କୁ ଦଳର ଅଧକ୍ଷ ଭାବେ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର