‘ଇନ୍‌ସ୍ପାରେସନ୍‌’ର ୨ୟ ସଂସ୍କରଣ ଜାନୁଆରି ୧୧ରେ

ଭୁବନେଶ୍ବର : ଡିଜିଟାଲ ମାର୍କେଟିଂ କମ୍ପାନି ‘କର୍ପୋରେଟ ମିଡିଆ’ ପକ୍ଷରୁ ମହିଳା ସମ୍ମିଳନୀ ‘ଇନ୍‌ସ୍ପାରେସନ୍‌’ର ୨ୟ ସଂସ୍କରଣ ଆସନ୍ତା ଜାନୁଆରି ୧୧ ତାରିଖ ଦିନ ଲୋହିଆ ଏକାଡେମିଠାରେ ଅନୁଷ୍ଠିତ ହେବ। କର୍ପୋରେଟ ମିଡିଆର ମୁଖ୍ୟ ସୌନିକ୍‌ କା‌ଜଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେବ। ସମ୍ମିଳନୀରେ ‘କାଦମ୍ବିନୀ’ ମିଡିଆର ମୁଖ୍ୟ ଇତି ସାମନ୍ତ, ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ଲୁମିନସ୍‌ ଇନ୍‌ଫୋୱର ସିଇଓ ଜୟଶ୍ରୀ ମହାନ୍ତି, ସମାଜସେବୀ ନମ୍ରତା ଚଢ଼ା, ଖୋର୍ଧା ଜିଲ୍ଲା ଉପଜିଲ୍ଲାପାଳ ବେବିତା ମଞ୍ଜରୀ ନାୟକ, ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ, ସମାଜସେବୀ ସାଧନା ମିଶ୍ର, ରୋଜିସ୍‌ କିଚେନ୍‌ର ସରୋଜ ଚୌଧୁରୀ ପ୍ରମୁଖ ମୁଖ୍ୟବକ୍ତା‌ ଭାବେ ଯୋଗ ଦେଇ ନାରୀ ଶକ୍ତି ଓ ମହିଳା ସଶକ୍ତୀକରଣ ଉପରେ ବକ୍ତବ୍ୟ ରଖିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୩ ଶହରୁ ଊର୍ଧ୍ବ ଛାତ୍ରଛାତ୍ରୀ ଓ ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର