ଆଇପିଏଲ୍‌ ୧୧: ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ଚେନ୍ନାଇକୁ ୧୯୮ ରନ୍‌ ଟାର୍ଗେଟ ଦେଲା ପଞ୍ଜାବ

ମୋହାଲି: ପଞ୍ଜାବର ମୋହାଲି ଠାରେ ରବିବାର ୨ୟ ଆଇପିଏଲ୍‌ ମ୍ୟାଚ୍‌ରେ କ୍ରିସ ଗେଲ(୬୩ ରନ୍‌, ୩୩ଟି ବଲ, ୭ଟି ଚୌକା, ୪ଟି ଛକା) ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୯୭ ରନ୍‌ ସଂଗ୍ରହ କରିଛି। ଫଳରେ ଚେନ୍ନାଇକୁ ୧୯୮ ରନ୍‌ ବିଜୟ ପାଇଁ ଟାର୍ଗେଟ ମିଳିଛି।

ଟସ୍‌ ଜିଣି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଜାବର ଓପନର ଲୋକେଶ ରାହୁଲ ୩୭ ରନ୍‌, ମୟଙ୍କ ଅଗ୍ରଓ୍ଵାଲ ୩୦ ରନ୍‌, ଯୁବରାଜ ସିଂହ ୨୦ ରନ୍‌ ସଂଗ୍ରହ କରିଥିଲେ। ଆରମ୍ଭରୁ ହିଁ ପଞ୍ଜାବର ଓପନର ଯୋଡ଼ି ଲୋକେଶ ଓ ଗେଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦଳ ୯୬ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇ ଥିଲା। ୧୨୭ ରନ୍‌ରେ ୨ୟ, ୧୪୯ ରନ୍‌ରେ ୩ୟ ଓ ୪ର୍ଥ, ୧୫୭ ରନ୍‌ଷର ୫ମ ଓ୍ଵିକେଟ୍‌, ୧୯୦ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ ଓ ୧୯୫ ରନ୍‌ରେ ୭ମ ଓ୍ଵିକେଟ୍‌ ହରାଇଥିଲା। ସାଦ୍ଦୁଲ ଠାକୁର ଓ ଇମରାନ ତାହିର ଚେନ୍ନାଇ ପକ୍ଷରୁ ୨-୨ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର