ଆଇପିଏଲ: ଟସ୍‌ ଜିଣି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ରାଜସ୍ଥାନ କରୁଛି ବ୍ୟାଟିଂ

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୦ତମ ମ୍ୟାଚ୍‌ ସୋମବାର ରାଜସ୍ଥାନ ରୟାଲସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲସ୍‌ ମଧ୍ୟରେ ଖେଳାଯାଉଛି। ଜୟପୁରସ୍ଥିତ ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଟସ୍‌ ଜିଣି ଦିଲ୍ଲୀ କ୍ୟାପିଟାଲସ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ବ୍ୟାଟିଂ କରୁଛି।

ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲସ୍‌ ଏଯାଏଁ ୧୦ଟି ମ୍ୟାଚ୍‌ ଖେଳି ୬ଟିରେ ବିଜୟ ହୋଇଛି। ଅଙ୍କ ତାଲିକାରେ ଦିଲ୍ଲୀ ୩ୟ ସ୍ଥାନରେ ରହିଛି। ଅପରପକ୍ଷେ ରାଜସ୍ଥାନ ୯ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ଅଙ୍କ ତାଲିକାରେ ୭ମ ସ୍ଥାନ ପାଇଛି। ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ଓ ଦିଲ୍ଲୀ ମଧ୍ୟରେ ଆଜି ପ୍ରଥମ ମୁକାବିଲା ହେବ।

ଦିଲ୍ଲୀ ଏଯାଏଁ ମୁମ୍ବାଇ ଇଣ୍ଡିଆନସ୍‌ ବିପକ୍ଷରେ ୩୭ ରନ, କୋଲକାତା ବିପକ୍ଷରେ ୨ଟି ମ୍ୟାଚ (ଗୋଟିଏ ସୁପର ଓଭର ଏବଂ ଅନ୍ୟଟିରେ ୭ ଓ୍ଵିକେଟ୍‌), ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌, ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ବିଜୟୀ ହୋଇଛି। ବେଙ୍ଗାଲୁରୁ ବିପକ୍ଷରେ ଗୋଟିଏ ଏବଂ ମୁମ୍ବାଇ ଇଣ୍ଡିଆନସ୍‌ ବିପକ୍ଷଷର ୨ଟି ମ୍ୟାଚ ଜିତିଛି ରାଜସ୍ଥାନ ରୟାଲସ୍‌।

ସମ୍ବନ୍ଧିତ ଖବର