ଆଇପିଏଲ୍‌ ବିଶ୍ୱକପ୍‌ ପାଇଁ ମଜବୁତ ଆଧାର: ଡାଭିଡ ଓ୍ଵାର୍ଣ୍ଣର

ହାଇଦ୍ରାବାଦ୍‌: ଅଷ୍ଟ୍ରେଲିଆର କ୍ରିକେଟର ଡାଭିଡ ଓ୍ଵାର୍ଣ୍ଣର ଆଉ ଏକ ବିସ୍ଫୋରକ ଇନିଂ ଖେଳି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପ୍ଲେଅପ୍‌ ନିକଟରତ କରିବା ପରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) -୧୨ ଅଭିଯାନ ଶେଷ କରିଛନ୍ତି। ସ୍ୱଦେଶ ଫେରିଯିବା ପୂର୍ବରୁ ଓ୍ଵାର୍ଣ୍ଣର କହିଛନ୍ତି, ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ବିଶ୍ୱକପ୍‌ ପାଇଁ ମଜବୁତ ଆଧାର।

Cricbuzz

ଓ୍ଵାର୍ଣ୍ଣର ସୋମବାର ଚଳିତ ସଂସ୍କରଣର ଶେଷ ମ୍ୟାଚ୍‌ ଖେଳିଥିଲେ। ଏହା ପରେ ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ସ୍ୱଦେଶ ଫେରିଯିବେ। ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ସୋମବାର ୫୬ଟି ବଲ ଖେଳି ୮୧ ରନ୍‌ କରିଥିଲେ। ସେ ଆଇପିଏଲ୍‌ ୨୦୧୯ରେ ମୋଟ ୬୯୨ ରନ୍‌ କରିଛନ୍ତି, ଯାହାକି ଏଯାଏଁ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ବ୍ୟକ୍ତିଗତ ରନ୍‌। ଓ୍ଵାର୍ଣ୍ଣରଙ୍କ ଏହି ଇନିଂସ ବଳରେ ହାଇଦ୍ରାବାଦ୍‌ ୪୫ ରନ୍‌ରେ କିଙ୍ଗସ୍‌ ଏକାଦଶ ପଂଜାବକୁ ହରାଇଥିଲା। ଓ୍ଵାର୍ଣ୍ଣର ମ୍ୟାଚ ପରେ କହିଥିଲେ, ମୋର ନଜର ଏବେ ବିଶ୍ୱକପ୍‌ରେ ଅଛି ଏବଂ ଏହି (ଆଇପିଏଲ୍‌) ଏଥିପାଇଁ ମଜବୁତ୍‌ ଆଧାର।

ସମ୍ବନ୍ଧିତ ଖବର