ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ କେବଳ ବିରାଟ କୋହଲି ହିଁ ଅତିକ୍ରମ କରିପାରିବେ: ଜ୍ୟାକ୍‌ କାଲିସ୍‌

କୋଲକାତା: ଦକ୍ଷିଣ ଆଫ୍ରିକାର ଅଲ୍‌ରାଉଣ୍ଡର ଜ୍ୟାକ୍‌ କାଲିସଙ୍କ ଅନୁସାରେ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ କେବଳ ବିରାଟ କୋହଲି ହିଁ ଅତିକ୍ରମ କରିପାରିବେ। ସେ ସଚିନଙ୍କ ୧୦୦ତମ ଅନ୍ତର୍ଜାତୀୟ ରେକର୍ଡ ଅତିକ୍ରମ କରିବାକୁ କ୍ଷମତା ରଖିଛନ୍ତି।

ବିରାଟ କୋହଲି ୩୦ ବର୍ଷ ବୟସରେ ୬୬ ଅନ୍ତର୍ଜାତୀୟ ଶତକ ହାସଲ କରି ସାରିଛନ୍ତି। ଅନେକ କ୍ରିକେଟର ଏବଂ କ୍ରିକେଟ ସଂପର୍କୀତ ଜ୍ଞାନ ରଖିଥିବା ଲୋକେ ଅନୁମାନ କରିପାରିଛନ୍ତି ଯେ, ସଚିନ ତେନ୍ଦୁଲକରଙ୍କ ସମସ୍ତ ବ୍ୟାଟିଂ ରେକର୍ଡ ବିରାଟ କୋହଲି ହିଁ ଭାଙ୍ଗିପାରିବେ।

India Today

ଅଲରାଉଣ୍ଡର କାଲିସ କହିଛନ୍ତି, ମୁଁ ଭାବୁଛି ଯେ, କୋହଲି ଯେଉଁଠିକୁ ଯିବାକୁ ଭାବିବେ, ସେଠାରେ ପହଂଚିବା ପାଇଁ କ୍ଷମତା ରଖିଛନ୍ତି। ସେ ବିଶ୍ୱସ୍ତରୀୟ ଖେଳାଳି। ସେ କିଛି ରେକର୍ଡ କରିବା ପାଇଁ ଭୋକିଲା ଦେଖାଯାଆନ୍ତି। ବିରାଟ କୋହଲି ବହୁ ପରିଶ୍ରମ କରନ୍ତି, ଯାହାକି ସେ କିଛି ବର୍ଷ ମଧ୍ୟରେ ପ୍ରମାଣିତ କରିଛନ୍ତି। କ’ଣ ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ପାରିବେ ବୋଲି ପଚରାଯିବାରୁ କାଲିସ କହିଛନ୍ତି, କେବଳ କୋହଲି ହିଁ ଏହାର ଜବାବ ଦେଇପାରିବେ।

ସମ୍ବନ୍ଧିତ ଖବର