ଏଥିପାଇଁ ଆମେ ହାରିଲୁ, ବୋଲରଙ୍କ ଉପରେ ଦୋଷ ଲଦିଲେ ଜାଦେଜା

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ୍ ୨୦୨୨ର ୩୮ତମ ମ୍ୟାଚରେ ଚେନ୍ନାଇକୁ ୧୧ ରନରେ ହରାଇଦେଇଛି ପଞ୍ଜାବ । ୧୮୮ ରନର ପିଛା କରିବାକୁ ଯାଇ ଚେନ୍ନାଇ ଆରମ୍ଭରୁ ଅଳ୍ପ ରନ ବ୍ୟବଧାନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡିଥିଲା । ତେବେ ଓପନର ଋତୁରାଜ ଗାଇକ୍ବାଡ ଓ ଅମ୍ବାତି ରାୟୁଡୁ ଲଢୁଆ ବ୍ୟାଟିଂ କରି ଦଳପାଇଁ ବିଜୟ ଆଶା ସଂଚାର କରିଥିଲେ ।

ମାତ୍ର ରାୟୁଡୁ ଆଉଟ ହେବା ପରେ ଦଳର ବିଜୟ ଆଶା ମଉଳି ଯାଇଥିଲା । ଶେଷ ବେଳକୁ ରବୀନ୍ଦ୍ର ଜାଦେଜା (୨୧ରନ) ଓ ମହେନ୍ଦ୍ର ସିଂ ଧୋନୀ(୧୨ରନ) ଉଦ୍ୟମ କରିଥିଲେ ବି ଦଳ ୧୧ ରନ ପଛରେ ରହିଯାଇଥିଲା । ଏହି ପରାଜୟ ପରେ ଅଧିନାୟକ ରବିନ୍ଦ୍ର ଜାଦେଜା କହିଛନ୍ତି ଯେ ବୋଲରମାନେ ୧୦ ରୁ ୧୫ ରନ୍ ଅତିରିକ୍ତ ଦେଇ ଦେଇଥିଲେ, ଯାହାକି ପରେ ଦଳ ପାଇଁ ଘାତକ ହୋଇଥିଲା |

ରବିନ୍ଦ୍ର ଜାଦେଜା କହିଛନ୍ତି, ‘ଆମେ ଭଲ ଆରମ୍ଭ କରିଛୁ। ମୁଁ ଭାବୁଛି ମ୍ୟାଚ୍ ଶେଷରେ ଆମେ ୧୦-୧୫ ଅତିରିକ୍ତ ରନ୍ ଦେଇଥିଲୁ | ଆମେ ଆମର ରଣନୀତି ସଠିକ୍ ଭାବରେ କାର୍ଯ୍ୟକାରୀ କରିପାରିନଥିଲୁ | ଅମ୍ବାତି ରାୟୁଡୁ ବାସ୍ତବରେ ଭଲ ବ୍ୟାଟିଂ କରିଥିଲେ କିନ୍ତୁ ଯଦି ଆମେ ବୋଲିଂ ମାଧ୍ୟମରେ ୧୭୫ ମଧ୍ୟରେ ରୋକି ଦେଇଥାନ୍ତୁ ତେବେ ଏହା ଆମ ପାଇଁ ଭଲ ହୋଇଥାନ୍ତା | ପ୍ରଥମ ୬ ଓଭରରେ ଆମେ ଭଲ ପ୍ରଦର୍ଶନ କରିନାହୁଁ, ତେଣୁ ଆମେ ପଛରେ ପଡିଗଲୁ |

ସମ୍ବନ୍ଧିତ ଖବର