ଗୋଟିଏ ଓଭରରେ ୫ ଛକା ମାରିବା ସତ୍ତ୍ୱେ ଅଳ୍ପକେ ବିଶ୍ୱ ରେକର୍ଡ କରିବାରୁ ବଞ୍ଚିତ ହେଲେ ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜେମସ ନିସାମ ଗୋଟିଏ ବିଶ୍ୱ ରେକର୍ଡ କରିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ଏବେ ବିଶ୍ୱର ଦ୍ରୁତତମ ଏକଦିବସୀୟ ଅର୍ଦ୍ଧଶତକ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କ ନାଁରେ ରହିଛି । ସେ ୧୬ ବଲରେ ଏହି ରେକର୍ଡ କରିଥିଲେ । କିନ୍ତୁ ନିସାମ ୧୩ଟି ବଲରେ ୪୭ ରନ କରି ଅପରାଜିତ ରହିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ବେ ଓଭାଲଠାରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚରେ ସେ ଏହି କାରନାମା ଦେଖାଇଛନ୍ତି ।

୭ ନମ୍ବର ସ୍ଥାନରେ ଆସିଥିବା ନିସାମ ଏହି ମ୍ୟାଚର ୧୩ ବଲ ଖେଳି ୪୭ ରନ ସଂଗ୍ରହ କରିଥିଲେ । ମ୍ୟାଚର ୪୯ ତମ ଓଭରରେ ସେ ଓଭରରେ ୫ ଛକା ସହ ମୋଟ ୩୪ ରନ କରିଥିଲେ । ତେବେ ୫୦ ତମ ଓଭରର ଅଧିକାଂଶ ସମୟ ସେ ନନ-ଷ୍ଟ୍ରାଇକର ଏଣ୍ଡରେ ରହିବା ଫଳରେ କୌଣସି ବଲ ଖେଳିପାରିନଥିଲେ । ଫଳରେ ସେ ଅଳ୍ପକେ ଏକ ରେକର୍ଡ କରିବାରୁ ବଞ୍ଚିତ ହୋଇଛନ୍ତି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ ହରାଇ ୩୭୧ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ୩୨୬ ରନ କରି ଅଲଆଉଟ ହୋଇଯାଇଥିଲା । କହିବାକୁ ଗଲେ ନିସାମଙ୍କ ୪୯ ତମ ଓଭରର ଏହି ଇଂନିସ ହିଁ ଖେଳର ମୋଡ ବଦଳାଇଦେଇଥିଲା ।

ସମ୍ବନ୍ଧିତ ଖବର