ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ: କେଏଲ ରାହୁଲଙ୍କ ଲଢୁଆ ଶତକ

ପୁଣେ : କିଛି ଦିନ ତଳେ ନିଜର ଫର୍ମକୁ ନେଇ ସଂଘର୍ଷ କରୁଥିବା ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଏକ ଦମଦାର ଶତକ ସହ ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । ଆଜି ସେ ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆରେ ୧୦୮ଟି ବଲ ଖେଳି ନିଜର ଶତକ ପୂରଣ କରିଛନ୍ତି । ଗତ ମ୍ୟାଚରେ  ସେ ୬୬ ରନ କରିଥିଲେ ।

ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଏକଦିବସୀୟରେ ଇଂଲଣ୍ଡ ଦଳ ଟସ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଗତ ମ୍ୟାଚରେ ୯୮ ରନ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ମାତ୍ର ୪ ରନ କରି ଆଉଟ ହେବା ପରେ ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୫ ରନ କରିଥିବାବେଳେ ବିରାଟ ୬୬ ରନ କରିଥିଲେ । ଖବର ଲେଖାହେବା ବେଳକୁ ରାହୁଲ ୧୦୦ ରନ ଓ ଋଷଭ ପନ୍ତ ୫୭ ରନ କରି ଅପରାଜିତ ଅଛନ୍ତି ଓ ଭାରତ ୪୩ ଓଭର ଶେଷ ସୁଦ୍ଧା ୩ ଓ୍ବିକେଟ ହରାଇ ୨୫୮ ରନ କରିଛି ।

ସମ୍ବନ୍ଧିତ ଖବର