କଳାହାଣ୍ଡି କପ୍: ନିର୍ବିଶଙ୍କର, ଆଶୁତୋଷ, ଶକ୍ତିଙ୍କ ଶତକ

କଟକ ଏ, ଝାରସୁଗୁଡ‌ା, ବାଲେଶ୍ବର, ପୁରୀ ବିଜୟୀ, ବର୍ଷା ଯୋଗୁଁ ଦୁଇଟି ମ୍ୟାଚ୍ ବାତିଲ

କଟକ: କଳାହାଣ୍ଡି କପ୍‌ର ଶୁକ୍ରବାର ମ୍ୟାଚ୍‌ରେ କଟକ- ଏ, ଝାରସୁଗୁଡ‌ା, ବାଲେଶ୍ବର ଓ ପୁରୀ ବିଜୟୀ ହୋଇଥିବା ବେଳେ ବର୍ଷା ଯୋଗୁଁ ଦୁଇଟି ମ୍ୟାଚ୍‌କୁ ବାତିଲ କରାଯାଇଛି। ଅଡ଼ଶପୁର ପଡିଆରେ ମୟୂରଭଞ୍ଜ ଓ ନୟାଗଡ ମ୍ୟାଚ୍‌, ଏମ୍‌ଜିଏମ୍ ଗ୍ରାଉଣ୍ଡରେ ଢେଙ୍କାନାଳ ଓ କେନ୍ଦୁଝର ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ରେଭେନ୍‌ସା ପଡିଆ-୧ରେ କଟକ-ଏ ୭ ୱିକେଟ୍‌ରେ ଯାଜପୁରକୁ ହରାଇଛି। ଯାଜପୁର ୪୨.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। ଜବାବରେ କଟକ ଦଳ ୩୩.୩ ଓଭରରେ ୩ ୱିକେଟ୍ ହରାଇ ୧୪୦ ରନ୍ କରି ବିଜୟୀ ‌ହୋଇଥିଲା। ରେଭେନ୍‌ସା ପଡିଆ ନଂ-୨ରେ ଝାରସୁଗୁଡା ଡିଏଲଏସ୍ ମେଥଡ୍‌ରେ ୬ ରନ୍‌ରେ ରାଉରକେଲାକୁ ହରାଇଛି ରାଉରକେଲା ୭ ୱିକେଟ୍ ହରାଇ ୨୪୫ ରନ୍ କରିଥିଲା। ଜବାବରେ ଝାରସୁଗୁଡା ୨୭.୪ ଓଭ‌ରରେ ୩ ୱିକେଟ୍ ହରାଇ ୧୨୩ ରନ୍ କରିଥିଲା। ତେବେ ଡିଏଲ୍‌ଏସ୍ ମେଥ‌ଡରେ ଦଳ ବିଜୟୀ ହୋଇଥିଲା।

ସନ୍‌ସାଇନ୍ ପଡିଆରେ ବାଲେଶ୍ବର ଡିଏଲଏସ୍ ମେଥଡ୍‌ରେ ଭୁବନେଶ୍ବର-ବି’କୁ ୧୬୨ ରନ୍‌ରେ ପରାସ୍ତ କରିଛି। ବାଲେଶ୍ବର ୬ ୱିକେଟ୍ ହରାଇ ୩୭୯ ରନ୍ କରିଥିଲା। ନିର୍ବିଶଙ୍କର ବାରିକ ୧୨୩ ବଲ୍‌ରୁ ୧୮୨ ରନ୍ ଓ ଆଶୁତୋଷ ମାରାଣ୍ଡି ୧୪୬ ବଲ୍‌ରୁ ୧୪୩* ରନ୍‌ କରିଥିଲେ। ଜବାବରେ ଭୁବନେଶ୍ବର ଦଳ ୨୪ ଓଭ‌ରରେ ୬ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା। ଡିଏଲ୍‌ଏସ୍‌ ମେଥ‌ଡ୍‌ରେ ବାଲେଶ୍ବର ବିଜୟୀ ହୋଇଥିଲା। ଡ୍ରିମ୍‌ସ ପଡିଆରେ ପୁରୀ ଡିଏଲ୍‌ଏସ୍‌ ମେଥଡ୍‌ରେ ଜଗତସିଂହପୁରକୁ ୩୫ ରନରେ ହରାଇଛି। ପୁରୀ ୪୮ ଓଭରରେ ୭ ୱିକେଟ୍ ହରାଇ ୨୫୯ ରନ୍ କରିଥିଲା। ଶକ୍ତି ଦାସ ୧୧୭ ବଲ୍‌ରୁ ୧୦୦ ରନ୍ କରିଥିଲେ। ଜବାବରେ ଜଗତସିଂହପୁର ୨୩.୩ ଓଭରରେ ୩ ୱିକେଟ୍ ହରାଇ ୮୧ ରନ୍ କରିଥିଲା। ଡିଏଲଏସ୍ ମେଥଡରେ ପୁରୀକୁ ବିଜୟୀ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର