କଳାହାଣ୍ତି କପ୍‌ ଟ୍ବେଣ୍ଟି-୨୦ ସୁପରଲିଗ୍‌: ଵାଲଟର ଟପ୍ନୋଙ୍କ ଅଲ୍‌ରାଉଣ୍ତ ପ୍ରଦର୍ଶନ

୧୮ ବଲ୍‌ରୁ ଅର୍ଦ୍ଧଶତକ କଲେ ସର୍ବେଶ୍ବର

କଟକ: କଳାହାଣ୍ତି କପ୍‌ ଟ୍ବେଣ୍ଟି-୨୦ ସୁପରଲିଗ୍‌ରେ ମଙ୍ଗଳବାର ଓଡ଼ିଶା ବ୍ଲୁ, ରାଉରକେଲା, ଓଡ଼ିଶା ପିଙ୍କ୍‌, ଖୋର୍ଦ୍ଧା, ସୁନ୍ଦରଗଡ଼ ଏବଂ ଓଡ଼ିଶା ଭାଓଲେଟ ବିଜୟୀ ହୋଇଛନ୍ତି। ରେଭେନ୍ସା ପଡ଼ିଆରେ ଓଡ଼ିଶା ବ୍ଲୁ ୬ ଵିକେଟ୍‌ରେ ଓଡ଼ିଶା ୟେଲୋକୁ ପରାସ୍ତ କରିଛି। ୟେଲୋ ୧୬.୪ ଓଭରରେ ସମସ୍ତ ଵିକେଟ ହରାଇ ୬୫ ରନ୍‌ କରିଥିଲା। କେଜି କ୍ରିଷ୍ଣା ୪, ଲେଲିନ ବଳ ଓ ନିଲୁ ପ୍ରଧାନ ୨ ଵିକେଟ ଲେଖାଏଁ ପାଇଥିଲେ। ଜବାବରେ ବ୍ଲୁ ୧୪.୧ ଓଭରରେ ୪ ଵିକେଟ କ୍ଷତିରେ ମ୍ୟାଚ୍‌ ଜିତିଥିଲା। ସନ୍ଦୀପ ପଟ୍ଟନାୟକ ୧୬, ସୁକେଶ ହିରା ୧୯, ସୌରଭ ଗୌଡ଼ ୧୫ ରନ୍‌ କରି ଦଳକୁ ଜିତାଇଥିଲେ। ପ୍ରତିପକ୍ଷର ନୀତୀଶ ସାମନ୍ତରାୟ ୪ଟିଯାକ ଵିକେଟ୍‌ ନେଇଥିଲେ।

ରେଭେନ୍ସା ୨ ନମ୍ବର ପଡ଼ିଆରେ ରାଉରକେଲା ୧ ରନ୍‌ରେ ଝାରସୁଗୁଡ଼ାକୁ ହରାଇଛି। ରାଉରକେଲା ୪ ଵିକେଟ୍‌ ହରାଇ ୧୫୫ ରନ୍‌ କରିଥିଲା। ସ୍ବସ୍ତିକ ସାମଲ ୫୦, ବ୍ୟାସଦେବ ବେହେରା ୫୫* ରନ୍‌ କରିଥିଲା ବେଳେ ସନ୍ତୋଷ ଯାଦବ ୨ ଵିକେଟ୍‌ ନେଇଥିଲେ। ଜବାବରେ ଝାରସୁଗୁଡ଼ା ନିର୍ଧାରିତ ଓଭରରେ ୭ ଵିକେଟ ହରାଇ ୧୫୪ ରନ୍‌ କରିଥିଲା। ସାଗର ରାଉତ ସର୍ବାଧିକ ୪୬ ରନ୍‌ କରିଥିଲେ। ଏସ୍‌ସିବି ମେଡିକାଲ ପଡ଼ିଆରେ ଓଡ଼ିଶା ପିଙ୍କ୍‌ ୧୭ ରନ୍‌ରେ ଓଡ଼ିଶା ରେଡ୍‌କୁ ପରାସ୍ତ କରିଛି। ବିଶ୍ବଭୂଷଣ ବିହାରୀଙ୍କ ୪୯ ରନ୍‌ ସହାୟତାରେ ପିଙ୍କ୍‌ ୭ ଵିକେଟ୍‌ ବିନିମୟରେ ୧୨୮ ରନ୍‌ କରିଥିଲା। ଧୀରାଜ ସି˚ହ ୩, ବିକାଶ ରାଉତ ୨ ଵିକେଟ୍‌ ନେଇଥିଲେ। ଜବାବରେ ରେଡ୍‌ ୮ ଵିକେଟ ବିନିମୟରେ ୧୧୧ ରନ୍‌ କରିପାରିଥିଲା। ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ୩୪ ରନ୍‌ କରିଥିଲେ। ସତ୍ୟଜିତ ସି˚ହଦେଓ ଓ ନୌତମ ଭଞ୍ଜ ୩ ଲେଖାଏଁ ଵିକେଟ ନେଇଥିଲେ।

ସନସାଇନ୍‌ ପଡ଼ିଆରେ ଖୋର୍ଦ୍ଧା ୩୯ ରନ୍‌ରେ ଇକୋର୍ସାକୁ ପରାସ୍ତ କରିଛି। ସିଦ୍ଧାନ୍ତ ଜେନାଙ୍କ ୬୧ ଓ ର˚ଜିତ ପାଇକରାୟଙ୍କ ୫୪ ରନ୍‌ ସହାୟତାରେ ଖୋର୍ଦ୍ଧା ୬ ଵିକେଟ ବିନିମୟରେ ୧୬୩ ରନ୍‌ କରିଥିଲା। ଅଙ୍କିତ ଯାଦବ ୨ ଵିକେଟ୍‌ ନେଇଥିଲେ। ଜବାବରେ ଇକୋର୍ସା ୮ ଵିକେଟ ହରାଇ ୧୨୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ସୁଜିତ ଲେଙ୍କା ୩୬ ରନ୍‌ କରିଥିଲେ। ବିଜୟୀ ଦଳର ସୁଧାକର ଜାନି ଓ ସୁମିତ ମହାରଣା ତିନିଟି ଲେଖାଏଁ ଵିକେଟ ପାଇଥିଲେ। ନିମପୁର ପଡ଼ିଆରେ ସୁନ୍ଦରଗଡ଼ ୧୩ ରନ୍‌ରେ ଓଡ଼ିଶା ଗ୍ରିନ୍‌କୁ ପରାସ୍ତ କରିଛି। ସୁନ୍ଦରଗଡ଼ ୯ ଵିକେଟ ହରାଇ ୧୧୨ ରନ୍‌ କରିଥିଲା। ଵାଲ୍‌ଟର ଟପ୍ପୋ ୬୨ ରନ୍‌ କରିଥିଲା ବେଳେ ପ୍ରତିପକ୍ଷର ରଶ୍ମିର˚ଜନ ସାହୁ ୩, ହର୍ଷିତ ରାଥୋଡ଼ ଓ ଦେବବ୍ରତ ପ୍ରଧାନ ୨ ଵିକେଟ୍‌ ଲେଖାଏଁ ନେଇଥିଲେ। ଗ୍ରିନ୍‌ ପାଇଁ ଅ˚ଶୁମାନ ରଥ (୨୯), ରାକେଶ ବିଶ୍ବାଳ (୧୫), ପ୍ରତୀକ ଦାସ (୨୬) ଆରମ୍ଭରୁ ପାଳି ସମ୍ଭାଳିବା ସତ୍ତ୍ବେ ଦଳ ମାତ୍ର ୯୯ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଵାଲଟର ଟପ୍ପୋ ୪ ଵିକେଟ୍‌ ଅକ୍ତିଆର କରି ଅଲରାଉଣ୍ତ ପ୍ରଦର୍ଶନ ଦେଇଥିଲେ। ଅମିତ ଦାସ ଓ ସୌଭାଗ୍ୟ ରାଉତ ୨ ଵିକେଟ୍‌ ଲେଖାଏଁ ପାଇଥିଲେ।

ବିଡ଼ାନାସୀ ପଡ଼ିଆରେ ଓଡ଼ିଶା ଭାଓଲେଟ ୧୪୪ ରନ୍‌ରେ କଟକ ଏ’କୁ ହରାଇଛି। ଭାଓଲେଟ ୫ ଵିକେଟ ହରାଇ ୨୧୫ ରନ୍‌ କରିଥିଲା। ଶାନ୍ତନୁ ମିଶ୍ର ୩୧ ବଲ୍‌ରୁ ୪୫, ଆଦିତ୍ୟ ରାଉତ ୫୪ ବଲ୍‌ରୁ ୮୭, ସର୍ବେଶ୍ବର ମହାନ୍ତି ୨୦ ବଲ୍‌ରୁ ୬୨* ରନ୍‌ କରିଥିଲେ। ସର୍ବେଶ୍ବର ମାତ୍ର ୧୮ ବଲ୍‌ରୁ ଅର୍ଧଶତକ ପୂରଣ କରିଥିଲେ। ବିଶାଳ ରନ୍‌କୁ ପିଛା କରିବାକୁ ଯାଇ କଟକ ଏ’ ୭୦ ରନ୍‌ରେ ଆଉଟ୍‌ ହୋଇଥିଲା। ଆଦିତ୍ୟ ବାସା ୩ ଓଭରରେ ୪ ରନ୍‌ ନେଇ ୫ ଵିକେଟ୍‌ ସଫଳତା ହାତେଇଥିଲେ।

ସମ୍ବନ୍ଧିତ ଖବର