କଳିଙ୍ଗ ଷ୍ଟାଡିୟମରେ ମୀନର୍ଭା-ମନଙ୍ଗ ଏଏଫ୍‌ସି ମ୍ୟାଚ୍

ଭୁବନେଶ୍ବର: ମୀନର୍ଭା ପଞ୍ଜାବ ଆଇଲିଗ୍ ଦଳ କଳିଙ୍ଗ ଷ୍ଟାଡିୟମରେ ତା’ ଏଏଫ୍‌ସି କପ୍ ଗ୍ରୁପ୍ ପର୍ଯ୍ୟାୟର ଘରୋଇ ମ୍ୟାଚ୍ ଖେଳିବ। ମେ’ ପହିଲାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ମୀନର୍ଭା ନେପାଳର ମନଙ୍ଗ ମାର୍ସିୟାଙ୍ଗଦି ଦଳକୁ ଭେଟିବ। ମ୍ୟାଚ୍ ସଂଧ୍ୟା ୬.୩୦ ମିନିଟରେ ଆରମ୍ଭ ହେବ। ଏଥିଲାଗି ଉଭୟ ଦଳ ଭୁବନେଶ୍ବର ପହଞ୍ଚି ସାରିଛନ୍ତି। ମଙ୍ଗଳବାର ଦୁଇଟି ଯାକ ଦଳ ସ୍ଥାନୀୟ ଗଣମାଧ୍ୟମକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୀନର୍ଭା ଇ ଗ୍ରୁପରେ ସ୍ଥାନ ପାଇଥିଲା ବେଳେ ଏହି ଗ୍ରୁପରେ ମନଙ୍ଗ ସହ, ବାଂଲାଦେଶର ଡାକା ଅବାନି, ଚେନ୍ନାଇନ୍ ଦଳ ଅଛନ୍ତି।

ସମ୍ବନ୍ଧିତ ଖବର