ଆଇପିଏଲ : ସନରାଇଜର୍ସ ହାଇଦ୍ରାବାଦ ଛାଡ଼ିଲେ କେନ ଓ୍ବିଲିୟମସନ, କେରନ ପୋଲାର୍ଡଙ୍କ ଅବସର

ମୁମ୍ବାଇ : ଆଇପିଏଲ ନିଲାମୀ ପୂର୍ବରୁ ବିଭିନ୍ନ ଟିମ ମାନେ ନିଜ ନିଜର ଖେଳାଳିମାନଙ୍କ ସ୍ଥିତି ସଂପର୍କରେ ଘୋଷଣା କରିଛନ୍ତି । ଏହା ମଧ୍ୟରେ ସବୁଠାରୁ ବଡ଼ ଖବର ହେଉଛି ସନରାଇଜର୍ସ ହାଇଦ୍ରାବାଦ ନିଜ ଅଧିନାୟକ କେନ୍ ଓ୍ବିଲିୟମସନଙ୍କୁ ମୁକ୍ତ କରିଛି । ଅର୍ଥାତ ତାଙ୍କୁ ଅନ୍ୟ ଦଳମାନେ ନିଲାମରେ ଡାକିପାରିବେ । ସେହିପରି ପଂଜାବ କିଙ୍ଗ୍ସ ମଧ୍ୟ ନିଜର ଅଧିନାୟକ ମୟଙ୍କ ଅଗ୍ରଓ୍ବାଲଙ୍କୁ ମୁକ୍ତ କରିଦେଇଛି ।  ଏବେ ଶିଖର ଧଓ୍ବନ ପଂଜାବ ଟିମର ମଂଗ ସମ୍ଭାଳିବେ । ଚେନ୍ନାଇ ସୁପରକିଙ୍ଗସର ଭେଟେରାନ ଖେଳାଳି ଡାଓ୍ବେନ ବ୍ରାଭୋଙ୍କୁ ମଧ୍ୟ ରିଲିଜ୍ କରାଯାଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ମୋଟ ୧୩ ଜଣ ଖେଳାଳିଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରୁ କିରେନ ପୋଲାର୍ଡ ଆଇପିଏଲରୁ ଅବସର ଗ୍ରହଣ କରିଛନ୍ତି । ସେ ମୁମ୍ବାଇ ଦଳର ବ୍ୟାଟିଂ କୋଚ ଦାୟିତ୍ବ ନିର୍ବାହ କରିବେ ।

ଅନ୍ୟପକ୍ଷରେ କୋଲକାତା ନାଇଟରାଇଡର୍ସର ୩ ପ୍ରମୁଖ ଖେଳାଳି ପାଟ୍ କମିନ୍ସ, ସାମ ବିଲିଙ୍ଗସ ଓ ଆଲେକ୍ସ ହେଲ୍ସ ଏବର୍ଷ ଆଇପିଏଲ ଖେଳିବେ ନାହିଁ । ସେହି ସମୟରେ ସେମାନେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବେ । ଏହି ଦଳର ଜଣେ ପ୍ରମୁଖ ଖେଳାଳି ଆଜିଙ୍କ୍ୟ ରାହାଣେଙ୍କୁ ମୁକ୍ତ କରାଯିବାର ସମ୍ଭାବନା ରହିଛି ।

ଏସବୁ ଖେଳାଳି ମୁକ୍ତ ବା ରିଲିଜ୍ ହେବା ପରେ ଆଗାମୀ ଆଇପିଏଲ ନିଲାମୀରେ ଅନ୍ୟଦଳମାନେ ଏମାନଙ୍କୁ ନିଲାମ ଡାକିପାରିବେ ଓ ନିଲାମରେ ଜିତିଲେ ସେମାନଙ୍କୁ ନିଜ ଦଳରେ ସାମିଲ କରିପାରିବେ ।

 

ସମ୍ବନ୍ଧିତ ଖବର