ଖେଲୋ ଇଣ୍ଡିଆ ଭାରୋତ୍ତୋଳନ: ମୋନାଲିଙ୍କୁ ରୌପ୍ୟ ଓ କୀର୍ତ୍ତିଙ୍କୁ କାଂସ୍ୟ

ଭୁବନେଶ୍ବର: ଖେଲୋ ଇଣ୍ଡିଆ ଜାତୀୟ ମାନ୍ୟତା ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ସୋମବାର ଓଡ଼ିଶା ଖାତାରେ ଆଉ ଦୁଇ (ରୌପ୍ୟ, କାଂସ୍ୟ) ପଦକ ଯୋଡ଼ି ହୋଇଛି। ଏହି ଦୁଇଟି ଯାକ ପଦକ ୭୬ କେଜି ବରିଷ୍ଠ ଓ କନିଷ୍ଠ ବର୍ଗରୁ ଆସିଛି। କନିଷ୍ଠରେ ମୋନାଲି ସାହୁ ଏବଂ ବରିଷ୍ଠରେ ମଗନ୍ତୀ କୀର୍ତ୍ତି କାଂସ୍ୟ ଜିତିଛନ୍ତି। ମୋନାଲି ସ୍ନାଚ୍‌ରେ ୭୩ ଏବଂ କ୍ଲିନ୍‌ ଓ ଜର୍କରେ ୯୬ କେଜି ସହ ମୋଟ ୧୬୯ କେଜି ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହି ବର୍ଗରେ ଆନ୍ଧ୍ରପ୍ରଦେଶର ଧରିତ୍ରୀ ପଲାତି (୮୦ କେଜି ସ୍ନାଚ୍‌ ଏବଂ ୧୦୫ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୧୮୫ କେଜି) ସ୍ବର୍ଣ୍ଣ ଏବଂ ମହାରାଷ୍ଟ୍ରର ପ୍ରତୀକ୍ଷା କାଡ଼ୁ (୭୬ କେଜି ସ୍ନାଚ୍‌ ଏବଂ ୮୫ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୧୬୧ କେଜି) କାଂସ୍ୟ ଜିତିଥିଲେ।

ସେହିପରି ବରିଷ୍ଠରେ କିଟ୍‌ ଛାତ୍ରୀ କୀର୍ତ୍ତି ମୋଟ ୧୭୪ (୭୯ କେଜି ସ୍ନାଚ୍‌ ଏବଂ ୯୫ କେଜି କ୍ଲିନ୍‌ ଓ ଜର୍କ) କେଜି ଉଠାଇ ତୃତୀୟ ସ୍ଥାନରେ ରହିଥିଲେ। ଏହି ବର୍ଗରେ ସର୍ଭିସେସ୍‌ର ଆର୍‌ ଆରୋକିଆ ଆଲିସ (୮୬ କେଜି ସ୍ନାଚ୍‌ ଏବଂ ୧୧୨ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୧୯୮ କେଜି) ସ୍ବର୍ଣ୍ଣ ଏବଂ ଧରିତ୍ରୀ ପଲାତି (୮୦ କେଜି ସ୍ନାଚ୍‌ ଏବଂ ୧୦୫ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୧୮୫ କେଜି) ରୌପ୍ୟ ପଦକ ଜିତିଥିଲେ। ଏହି ଦୁଇ ପଦକ ସହ ଏହି ପ୍ରତିଯୋଗିତାରେ ସୋମବାର ସୁଦ୍ଧା ଓଡ଼ିଶାର ମୋଟ ପଦକ ସଂଖ୍ୟା ୬ (୪ ରୌପ୍ୟ, ୨ କାଂସ୍ୟ)ରେ ପହଁଚିଛି।

ସମ୍ବନ୍ଧିତ ଖବର