ଅଡ଼ୁଆରେ କୋହଲି

ନୂଆଦିଲ୍ଲୀ: କାଉଣ୍ଟି ଖେଳିବାକୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଫ୍‌ଗାନିସ୍ତାନ ବିପକ୍ଷ ଟେଷ୍ଟରୁ ଓହରି ଯାଇଛନ୍ତି। ତେବେ ବିସିସିଆଇ ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟେ୍ଵଣ୍ଟି-୨୦ ସାଙ୍ଗକୁ ଆୟର୍ଲାଣ୍ଡ୍‌ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ପାଇଁ ତାଙ୍କୁ ଅଧିନାୟକ ଭାବେ ଘୋଷଣା କରିଛି। ତେବେ ଆୟର୍ଲାଣ୍ଡ୍‌ ବିପକ୍ଷ ଟେ୍ଵଣ୍ଟି-୨୦ ବେଳକୁ କୋହଲି ସରେ ପକ୍ଷରୁ କାଉଣ୍ଟି ଖେଳୁଥିବେ। ସରେ ମଧ୍ୟ କୋହଲି ପୂରା ଜୁନ୍‌ ମାସ ସାରା ଦଳ ପାଇଁ ଖେଳିବେ ବୋଲି ତା’ର େଓ୍ଵବ୍‌ସାଇଟ୍‌ରେ ଉଲ୍ଲେଖ କରିଛି। ଜୁନ୍‌ ୨୭ ଓ ୨୯ ତାରିଖରେ ଭାରତ ଦୁଇଟି ଟେ୍ଵଣ୍ଟି-୨୦ ଆୟର୍ଲାଣ୍ଡ୍‌ ବିପକ୍ଷରେ ଖେଳିବାର ସୂଚୀ ରହିଛି। ଅନ୍ୟପକ୍ଷରେ ଜୁନ୍‌ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ସରେ ମଧ୍ୟ ୟର୍କସାୟାର ବିପକ୍ଷରେ ମ୍ୟାଚ୍‌ ଖେଳିବାର ସୂଚୀ ରହିଛି। ଏହାକୁ ନେଇ କୋହଲି ଏବେ ଅଡୁଆରେ ପଡ଼ିଯାଇଛନ୍ତି। ସେ ସରେ ପକ୍ଷରୁ ମ୍ୟାଚ୍‌ ଖେଳିବେ ନା ଭାରତୀୟ ଦଳ ପକ୍ଷରୁ ଟେ୍ଵଣ୍ଟି-୨୦ ଖେଳିବେ ତାହା ଏବେ କୋହଲିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରଥମତଃ ସରେ ଯଦି କୋହଲିଙ୍କୁ ନଛାଡ଼େ ତେବେ ୨୭ ତାରିଖ ଟେ୍ଵଣ୍ଟି-୨୦ ଖେଳିବା ଆଦୌ ସମ୍ଭବ ହେବନାହିଁ। ପୁଣି ୨୮ ତାରିଖରେ ୟର୍କସାୟାର ବିପକ୍ଷ ମ୍ୟାଚ୍‌ ଖେଳି ୨୯ ତାରିଖରେ ଦ୍ୱିତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ମଧ୍ୟ ଖେଳିବା କେତେଦୂର ସମ୍ଭବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିସ୍ଥଳେ ବିସିସିଆଇ ଚୟନକର୍ତାମାନେ କିପରି କୋହଲିଙ୍କୁ ଦଳର ନେତୃତ୍ୱ ଦେଲେ ତାହା ସରେକୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର