ବଚ୍‌ପନ୍‌ ପ୍ଲେ ସ୍କୁଲ ରାଜ୍ୟରେ ଶ୍ରେଷ୍ଠ

ଭୁବନେଶ୍ୱର : କଳିଙ୍ଗ ବିହାରସ୍ଥିତ ବଚ୍‌ପନ୍‌ ପ୍ଲେ ସ୍କୁଲକୁ ୨୦୧୭ ବର୍ଷ ପାଇଁ ରାଜ୍ୟର ଶ୍ରେଷ୍ଠ ସ୍କୁଲ ଭାବେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ହୋଟେଲ କ୍ରାଉନ ପ୍ଲାଜାଠାରେ ଆୟୋଜିତ ଏକ ସମାରୋହରେ ବିଦ୍ୟାଳୟର ନିର୍ଦେଶିକା ଡ.ଆଚ୍‌ମନ୍‌ ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ। ଉନ୍ନତ ଶିକ୍ଷାପଦ୍ଧତି, ସ୍କୁଲର ଆଧାରିକ ସରଞ୍ଚନା, ଶିକ୍ଷୟିତ୍ରୀମାନଙ୍କର ଶିକ୍ଷାଦାନ ଶୈଳୀକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଡ.ନନ୍ଦ କହିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସ୍କୁଲର ପରିଚାଳକ ରଜତ ନନ୍ଦ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର