କୋହଲି, ପାଇନ୍‌ ବିଶ୍ବର ଶ୍ରେଷ୍ଠ ଟେଷ୍ଟ୍‌ ଅଧିନାୟକ: ଫଜଲ

ଜୟପୁର: ସଂପ୍ରତି ଭାରତର ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଟିମ୍‌ ପାଇନ୍‌ଙ୍କୁ ବିଶ୍ବର ଶ୍ରେଷ୍ଠ ଅଧିନାୟକ ବୋଲି ରଣଜୀ ଟ୍ରଫି ବିଜେତା ବିଦର୍ଭ ଅଧିନାୟକ ତଥା ପୁରୁଖା ଘରୋଇ ‌କ୍ରିକେଟର୍‌ ଫୈଜ୍‌ ଫଜଲ କହିଛନ୍ତି। ସ୍ପୋର୍ଟ୍ସ ଟାଇଗର୍ସ ‌ସୋ’ ‘ଅଫ୍‌ ଦି ଫିଲ୍ଡ’‌ ସହ ଆଲୋଚନା ବେଳେ ଫଜଲଙ୍କୁ ପଚରା ଯାଇଥିଲା ବିଶ୍ବର ଶ୍ରେଷ୍ଠ ଅଧିନାୟକ କିଏ? ଏହାର ଉତ୍ତରରେ ସେ କହିଥିଲେ, ମୁଁ ପାଇନ୍‌ଙ୍କ ଜଣେ ସମର୍ଥକ, ଟେଷ୍ଟ୍‌ ଅଧିନାୟକ ଭାବେ ସେ ବହୁତ ଭଲ। ବିରାଟ ବି ଭଲ ଟେଷ୍ଟ୍‌ ଅଧିନାୟକ। ପଦାର୍ପଣ ମ୍ୟାଚ୍‌ରେ ଅର୍ଧଶତକ ହାସଲ କରିବା ପରେ ବି ଜାତୀୟ ଦଳରେ ସ୍ଥାନ ନପାଇବାର କାରଣ କ’ଣ? ଭାରତୀୟ ଦଳ‌ରେ ପ୍ରତିଯୋଗିତା ‌ଜୋର୍‌ଦାର। ମୁଁ ଭାଗ୍ୟବାନ ମନେ କରୁଛି ଯେ ଭାରତ ପାଇଁ ଖେଳିଥିଲି।

କାରଣ ଦେଶ ପାଇଁ ଖେଳିବା ମୋର ଲକ୍ଷ୍ୟ ଥିଲା। ତଥାପି ଏବେ ଟେଷ୍ଟ୍‌ ଦଳରୁ ଖେଳିବାର ଲକ୍ଷ୍ୟ ରଖିଛି। ହେଲେ ଭାରତୀୟ ଦଳରେ ସ୍ଥାନ ପକ୍କା କରିପାରିବିନି ବୋଲି ମୁଁ ଅନୁଭବ କରୁଥିବା କହିଛନ୍ତି ଫଜଲ। ଖେଳ ‌ନିଜେ ହେଉଛି ମୋର ପ୍ରେରଣା ଏବଂ ଯେ କୌଣସି ପର୍ଯ୍ୟାୟରେ କ୍ରିକେଟ୍ ଖେଳିବାକୁ ମୁଁ ଭଲ ପାଏ। ଏଥିପାଇଁ ଅଫ୍ ସିଜନରେ ମୁଁ ବ୍ରିଟେନ୍‌ରେ ପ୍ରିମିୟର ଲିଗ୍‌ ଖେଳେ। ‌କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ଯାଇପାରିଲି ନାହିଁ ବୋଲି ଫଜଲ କହିଛନ୍ତି। ୨୦୧୭-୧୮ ଓ ୨୦୧୮-୧୯ରେ ଯଥାକ୍ରମେ ୧୦୦୧ ଓ ୯୪୨ ପ୍ରଥମ ଶ୍ରେଣୀ ରନ୍ କରିଥିବା ଫଜଲ ଭାରତ ପକ୍ଷରୁ ୨୦୧୬ରେ ଏକମାତ୍ର ଦିନିକିଆ ଜିମ୍ବାୱେ ବିପକ୍ଷରେ ଖେଳିଥିଲେ ଏବଂ ଅର୍ଧଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର