ଦ୍ରାବିଡ଼ଙ୍କ ସ୍ଥାନ ନେଲେ କୋଟକ ଓ ମାହାମ୍ବ୍ରେ

ନୂଆଦିଲ୍ଲୀ: ପୂର୍ବତନ ‌ସୌରାଷ୍ଟ୍ର ଅଧିନାୟକ ସୀତାଂଶୁ କୋଟକ ଏବଂ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପାରସ ମହାମ୍ବ୍ରେ ଯଥାକ୍ରମେ ଭାରତ-ଏ ଓ ୧୯ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଉଭୟେ ରାହୁଲ୍‌ ଦ୍ରାବିଡ଼ଙ୍କ ସ୍ଥାନ ନେଇଛନ୍ତି। ଏହି ଦୁଇଟିଯାକ ପଦକରେ ରହିଥିବା ଦ୍ରାବିଡ଼ ନିକଟରେ ଏନ୍‌ସିଏ (ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଏକାଡେମି)ରେ କ୍ରିକେଟ୍‌ ମୁଖ୍ୟ ଭାବେ ନିଯୁକ୍ତ ପାଇବା ପରେ ଏହି ପଦ ଖାଲି ରହିଥିଲା। ଫଳରେ କୋଟକ ଓ ମହାମ୍ବ୍ରେଙ୍କୁ ଏହି ଦୁଇଟି ଦାୟିତ୍ବ ମିଳିଛି। ପୂର୍ବରୁ ମହାମ୍ବ୍ରେ ଭାରତ-ଏ ଦଳର ବୋଲିଂ ପ୍ରଶିକ୍ଷକ ଥିଲା ବେଳେ ଏବେ ସେହି ପଦ ରମେଶ ପାୱାରଙ୍କୁ ମିଳିସାରିଛି। ସେହିପରି ଟି. ଦିଲୀପ ଭାରତ-ଏ ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ହୃଷିକେଶ କାନିତ୍‌କର ୧୯ ବର୍ଷରୁ କମ୍‌ ଦଳର ବ୍ୟାଟିଂ ପ୍ରଶିକ୍ଷକ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର